ମୋଦିଙ୍କ ପରେ ଖୁବ୍ ଶୀଘ୍ର ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ

0

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ପରିବର୍ତ୍ତନ ପରେ ଏବେ ସମସ୍ତଙ୍କ ଫୋକସ ରହିଛି ରାଜ୍ୟ ଉପରେ । ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଙ୍କେତ ଦେଇଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ରଥଯାତ୍ରା ପରେ ନବୀନଙ୍କ ନୂଆ ଟିମ୍ ଗଠନ ହେବ । ତେଣୁ ଏହି ଖବରକୁ ନେଇ ଦଳର ନେତାଙ୍କ ମଧ୍ୟରେ ଛନକା ପଶିଯାଇଛି । କାରଣ ମୋଦୀଙ୍କ ଟିମରୁ ଯେପରି ବହୁ ବରିଷ୍ଠଙ୍କୁ ବିଦା କରାଗଲା, ସେହିପରି ନବୀନଙ୍କ ଟିମରୁ ମଧ୍ୟ କିଛି ହେଭିୱେଟ୍ ବିଦା ହୋଇପାରନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବ ତେବେ କେଉଁମାନଙ୍କୁ ସ୍ଥାନ ଦିଆଯିବ । ସବୁ ନେତାଙ୍କ ନଜର ଏବେ ନବୀନ ନିବାସର ସିଗନାଲ ଉପରେ । କାହାକୁ ଦାୟିତ୍ୱ ଦିଆଯିବ, କେଉଁ ଆଧାରରେ ମନ୍ତ୍ରିପଦ ମିଳିବ, ଏଭଳି ଅନେକ ପ୍ରଶ୍ନ ଦଳୀୟ ମହଲରେ ଆଲୋଚନା ହେଉଛି । ହାତୀ ନବାଗତଙ୍କ ମୁଣ୍ଡରେ ସୁନା କଳସ ଢାଳିବ କି ପୁରୁଖାଙ୍କୁ ଅଣଦେଖା କରିବ, ତାହା କେବଳ ସୁପ୍ରିମୋ ନବୀନ ହିଁ ଜାଣନ୍ତି ।
ଗତ ୨୦୧୯ ବିଧାନସଭା ନିର୍ବାଚନରେ ବୃହତ ବିଜୟ ସହ ସରକାର ଗଠନ କରିଥିବା ବିଜେଡିରେ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ଥାନ ପାଇଥିଲେ । ସେତେବେଳେ ପ୍ରଥମ ଥର ପାଇଁ ୧୦ ଜଣ ନୂଆ ଚେହେରାଙ୍କୁ ନବୀନ ସ୍ଥାନ ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ସେତେବେଳେ ବହୁ ବରିଷ୍ଠ ଆଶାୟୀ ନିଜକୁ ଅଣଦେଖା ମନେକରିଥିଲେ ।

Leave A Reply

Your email address will not be published.

twelve − one =