କେବେ ସରିବ ବିଏମ୍‌ସିର ନୂଆ କାର୍ଯ୍ୟାଳୟ ନିର୍ମାଣ

0

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ସୁଦ୍ଧା ବିଏମ୍‌ସିର ନୂଆ କାର୍ଯ୍ୟାଳୟ ନିର୍ମାଣ ଶେଷ ହେବ । ଏଥିପାଇଁ କାମ ଜୋରସୋର ରେ ଚାଲିଚି ।
ଗତ ୨୦୧୯ ମସିହା ଜୁନ୍ ମାସରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ଏହାକୁ ଆସନ୍ତା ୨ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖିଥିଲା ପ୍ରଶାସନ । ହେଲେ କରୋନା ମହାମାରୀ ପାଇଁ ତାଲାବନ୍ଦ ସମସ୍ୟା ଉପୁଜିବାରୁ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସରିପାରି ନାହିଁ । ତା’ ସତ୍ତ୍ୱେ ମଧ୍ୟ ନିର୍ମାଣଧୀନ କୋଠାର ଅଧାରୁ ଅଧିକ ଭାଗ ନିର୍ମାଣ ସରିଛି । ଆଉ ମାସ କେଇଟା ଭିତରେ ଏହାର ସର୍ବାଙ୍ଗୀନ କାମ ସାରିବାକୁ ଳକ୍ଷ୍ୟ ରଖାଯାଇଛି । ଏନେଇ ବିଏମ୍‌ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟସିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଘନ ଘନ ବୈଠକ କରୁଥିବାବେଳେ କାମକୁ ଯଥାଶୀଘ୍ର ସାରିବାକୁ ତାଗିଦ୍ କରିଥିବା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍‌ସିଏଲ୍‌)ର ଜେନୌକ ବରିଷ୍ଠ ଅଧିକାରୀ କହିଛନ୍ତି ।

ସୂଚନା ମୁତାବକ,ଏହି କୋଠାକୁ ଆକର୍ଷଣୀୟ କରିବା ପାଇଁ ଚାରିପାଖକୁ ସୌନ୍ଦର୍ଯ୍ୟକରଣ କରାଯିବ । ଏଠାରେ ହେବାକୁ ଥିବା ଲ୍ୟାଣ୍ଡସ୍କେପ୍‌ରେ ଓଡ଼ିଶାର ବିଭିନ୍ନ ମନ୍ଦିରର ଛାପ ରହିବ । ପ୍ରବେଶ ତୋରଣରେ ମଧ୍ୟ ମନ୍ଦିର ଭାସ୍କର୍ଯ୍ୟ ଏବଂ ପାରମ୍ପାରିକ ସାଅଣା ପଥରର ଛାପ ଦେବାକୁ ପରିକଳ୍ପନା କରାଯାଇଛି । ପ୍ରବେଶ ତୋରଣର ଉଚ୍ଚତା ମାଟିଠାରୁ ୪.୫ମିଟର ଉଚ୍ଚତା ବିଶିଷ୍ଟ ହେବ ।
କଳ୍ପନାସ୍ଥିତ ବିଏମ୍‌ସି କାର୍ଯ୍ୟାଳୟ ସମ୍ପ୍ରସାରଣ ହୋଇପାରୁ ନଥିବାରୁ ଏହି ବିଲ୍‌ଡିଂକୁ ବିଏମ୍‌ସି ମୁଖ୍ୟାଳୟ ସ୍ଥାନାନ୍ତର ହେବ । ଏଠାରେ ବିଏମ୍‌ସିର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ । ବଡ଼ କନଫରେନ୍ସ ହଲ୍‌, ପ୍ରତୀକ୍ଷାଳୟ, କ୍ୟାଣ୍ଟିନ୍ ଆଦି ରହିବ । ସେହିପରି ଆଇସିଓଏମ୍‌ସି କାର୍ଯ୍ୟାଳୟରେ ବିଭିନ୍ନ ପ୍ରକାରର ସର୍ବେକ୍ଷଣ ବା ସର୍ଭେ ତଥା ସମୀକ୍ଷା ସୁବିଧା ରହିବ । ଏହିଠାରୁ ପୂରା ଭୁବନେଶ୍ୱର ଉପରେ ନଜର ରହିବ । ଗୋଟିଏ ମହଲାରେ ବଡ଼ ବଡ଼ ଏଲ୍‌ଇଡି ପରଦା ଲାଗିବ । ଏଠାରେ ଭୁବନେଶ୍ୱରର ଲାଇଭ୍ ଚିତ୍ର ଦେଖିବାକୁ ମିଳିବ । ପୂରା ରାଜଧାନୀ ଏଠାରୁ ନିୟନ୍ତ୍ରଣ ହେବ ।

Leave A Reply

Your email address will not be published.

17 − two =