ଚୀନରୁ ମାଡିଅସୁଛି ଆଉ ଏକ ଭୂତାଣୁ, ତିନିଥର ବିଶ୍ୱକୁ ଗ୍ରାସିଛି

0

ଚୀନରେ ଆଉ ଏକ ପ୍ରାଣଘାତୀ ରୋଗ ବ୍ୟାପିବାର ବିପଦ ଘନେଇଛି। ଏହି ରୋଗ ପୂର୍ବରୁ ବିଶ୍ୱରେ ଲକ୍ଷାଧିକ ଜୀବନ ନେଇଛି । ଏହା ବିଶ୍ୱକୁ ୩ଥର ପ୍ରଭାବିତ କରିସାରିଛି । ଏହି ରୋଗ ପାଇଁ ପ୍ରଥମ ଥର ୫ କୋଟି, ଦ୍ୱିତୀୟ ଥର ୨ କୋଟି ଓ ତୃତୀୟ ଥର ୮୦ ହଜାର ଜୀବନ ନେଇଥିଲା । ଏବେ ପୁଣି ଚୀନରୁ ସାରା ବିଶ୍ୱକୁ ଏହା ବ୍ୟାପିବାର ସମ୍ଭାବନା ରହିଛି ।

ଏହି ରୋଗର ନାମ ବ୍ୟୁବୋନିକ୍ ପ୍ଲେଗ୍ । ଚୀନର ବିଭିନ୍ନ ହସ୍ପିଟାଲରେ ବ୍ୟୁବୋନିକ୍ ପ୍ଲେଗ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଚୀନର ବୟନ୍ନର ଓ ମଙ୍ଗୋଲିଆନ୍ କ୍ଷେତ୍ରରେ ଏଥିପାଇଁ ଆଲର୍ଟ ଜାରି କରାଯାଇଛି । ୨୦୨୦ ଶେଷ ଯାଏଁ ସତର୍କ ରହିବାକୁ କୁହାଯାଇଛି । ଏହା ଜଙ୍ଗଲୀ ମୂଷାଙ୍କ ଶରୀରେ ଠାବ କରାଯାଇଛି । ଏହି ମୂଷାଙ୍କ ଶରୀରରେ ବିପଦଜ୍ଜନକ ଜୀବାଣୁ ରହିଥାନ୍ତି।

ଏହି ଜୀବାଣୁର ନାମ ୟର୍ସିନିଆ ପେଷ୍ଟିସ୍ ବ୍ୟାକ୍ଟେରିୟମ । ଏହା ଶରୀରର ରକ୍ତ କୋଷ, ରକ୍ତ ଓ ହୃତପିଣ୍ଡକୁ ପ୍ରଭାବିତ କରିଥାଏ । ଶରୀରେ ପୀଡା ଅନୂଭୁତ ହୁଏ ।  ଜ୍ୱର ମଧ୍ୟ ହୋଇଥାଏ । ଜଙ୍ଗଲୀ ମୂଷାମାନେ ମରିବା ପରେ ଏହି ଜୀବାଣୁ ମଣିଶ ଶରୀରରେ ବିଭିନ୍ନ ମାଧ୍ୟମ ଦେଇ ପ୍ରବେଶ କରେ । ମୂଷା ମରିବାର ଦୁଇ, ତିନି ସପ୍ତାହ ପରେ ମଣିଷଙ୍କୁ ପ୍ଲେଗ୍ ହୋଇଥା ।

୨୦୧୦ରୁ ୨୦୧୫ ମଧ୍ୟରେ ଏହି ରୋଗର ୩୨୪୮ଟି ମାମଲା ସାମ୍ନାକୁ ଆସିଛି । ଏହା ମଧ୍ୟରୁ ୫୮୪ଜଣ ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ ୧୯୭୦ରୁ ୧୯୮୦ ଯାଏଁ ଏହି ରୋଗ ଭାରତ, ଚୀନ, ଋଷ, ଆଫ୍ରିକା, ଲାଟିନ୍ ଆମେରିକାରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.