ଭୁବନେଶ୍ୱରରୁ ଆଜି ପୁଣି ୧୩ କରୋନା ପଜିଟିଭ୍‌ ଚିହ୍ନଟ

0

ଆଜି  ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଘରେ ସଙ୍ଗରୋଧରେ ରହିଥିବା ୭ଜଣଙ୍କ ଶରୀରରେ କୋଭିଡ-୧୯ ଚିହ୍ନଟ ହୋଇଛି।

ସେହିପରି ୬ଟି ସ୍ଥାନୀୟ ମାମଲା ରହିଛି। ଭୁବନେଶ୍ୱରର ୟୁନିଟ-୪ ଅଞ୍ଚଳରୁ ୨ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା, ସାଲିଆସାହିରୁ ଜଣେ ଲେଖାଏଁ ଓ ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ସ୍ଥାନୀୟ ମାମଲା ଚିହ୍ନଟ ହୋଇଛି ବୋଲି ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ବିଏମସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚି ଯାଇଛି।

ଗତକାଲି ଭୁବନେଶ୍ୱରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡ଼ିଥିଲା।

Leave A Reply

Your email address will not be published.

eighteen − 18 =