ଜିମ୍‌ରେ ଗର୍ଭବତୀ ନେହା ଧୁପିଆ

0

ମୁମ୍ବାଇ: ଗର୍ଭାବସ୍ଥାରେ ମଧ୍ୟ ନିଜକୁ ଫିଟ୍‌ ରଖିବାରେ ମାହିର ନେହା ଧୁପିଆ । ସେ ପ୍ରେଗନାଣ୍ଟ ଥାଇ ମଧ୍ୟ ଜିମ୍‌ରେ ଜୋରସୋରରେ ଲାଗିପଡିଛନ୍ତି କସରତ କରିବାରେ । ନିଜକୁ ଫିଟ୍‌ ରଖିବା ପାଇଁ ସେ ବୁହାଉଛନ୍ତି ଝାଳ । ନେହା ଗର୍ଭବତୀ ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ହୋଇପଡିଛନ୍ତି । ସେ ନିକଟରେ ଜିମ୍‌ରେ ୱର୍କଆଉଟ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ଅଙ୍ଗଦ ବେଦୀ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ନେହାଙ୍କ ଏହି ୱର୍କଆଉଟ୍‌ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ନେହାଙ୍କ ବେବି ବମ୍ପ ବାହାରିଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଅଙ୍ଗଦ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟାଟସ୍‌ରେ ସେଆର କରିଛନ୍ତି । ତାଙ୍କ ପ୍ରଶଂସକମାନେ ନେହାଙ୍କ ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.