ଆଜି ନିଟ ୟୁଜି ପରୀକ୍ଷା

0

ନୂଆଦିଲ୍ଲୀ: ଆଜି ସାରା ଦେଶରେ ହେବ NEET ୟୁଜି ପରୀକ୍ଷା । ୨୦୨୧ ଶିକ୍ଷାବର୍ଷର ମେଡିକାଲ ତଥା ଏମ୍‌.ବି.ବି.ଏସ୍ ଓ ବି.ଡି.ଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି କୋଭିଡ କଟକଣା ମଧ୍ୟରେ ହେବ ପରୀକ୍ଷା । କୋଭିଡ ଗାଇଡ୍ ଲାଇନ ସହ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସହର ସଂଖ୍ୟା ବୃଦ୍ଧି କରାଯାଇଛି । ୨୦୨ଟି ସହରରେ ହୋଇଥିବା ୩,୮୬୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ଏନ.ଟି.ଏ. ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଓଡ଼ିଶାର ୧୬ଟି ସହର ଅନୁଗୁଳ, ବାଲେଶ୍ଵର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନିପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା ଓ ପୁରୀ ସହରରେ ନିଟ୍ ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହେଉଛି ।

କେବଳ ଭୁବନେଶ୍ୱରରେ ୧୬ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୦ ହଜାର ୯୯୬ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଦିନ ୨ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୫ଟାରେ ସରିବ । ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ ଦିନ ୧୧ଟାରୁ ସାଢେ ଗୋଟେ ମଧ୍ୟରେ ପ୍ରବେଶ କରିବେ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯେପରି ଭିଡ଼ ନ ହୁଏ ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଟାଇମ୍‌ ସ୍ଲଟ୍‌ ପ୍ରଦାନ କରାଯାଇଛି ।

ସେହିପରି ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ । ପରୀକ୍ଷା କେନ୍ଦ୍ରରେ ପଞ୍ଜୀକରଣ ସ୍ପର୍ଶ ବିହୀନ ରହିବ । ବିଶୋଧନ ସହ ପରୀକ୍ଷାର୍ଥୀଙ୍କ ବସିବା ସମୟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଛାତ୍ରଛାତ୍ରୀଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ ହେବାରେ କୌଣସି ଅସୁବିଧା ଦେଖା ଦେଲେ ୦୧୧-୪୦୭୫୯୦୦୦ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।

Leave A Reply

Your email address will not be published.

9 − five =