ପଶ୍ଚିମବଙ୍ଗରେ ‘ୱାନ୍‌ ନେସନ୍‌ ୱାନ୍‌ କାର୍ଡ’ ଯୋଜନା ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

0

ୱାନ୍‌ ନେସନ୍‌ ୱାନ୍‌ କାର୍ଡ ଯୋଜନା ଲାଗୁ କରିବାକୁ ନେଇ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ କୌଣସି ବାହାନା ନ କରି ପଶ୍ଚିମବଙ୍ଗ ସରକାର ତତ୍କାଳ ଏହି ଯୋଜନା ଲାଗୁ କରନ୍ତୁ । କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆପଣ ଗୋଟିଏ ପରେ ଗୋଟିଏ ସମସ୍ୟା ଦର୍ଶାଇ ପାରିବେନି । ଏହା ପ୍ରବାସୀ ଶ୍ରମିକଙ୍କ ମାମଲା । ପ୍ରବାସୀ ଶ୍ରମିକଙ୍କୁ ଶସ୍ତା କିମ୍ବା ମାଗଣା ରାସନ ଦିଆଯିବା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ନିଜ ନିଷ୍ପତ୍ତି ଶୁଣାଇଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ଓକିଲ କହିଥିଲେ ଯେ ଆଧାର କାର୍ଡ ସମସ୍ୟା ଯୋଗୁଁ ଏହି ଯୋଜନା ଲାଗୁ ହୋଇପାରିନାହିଁ । ଜଷ୍ଟିସ ଏମ ଆର ଶାହ କହିଥିଲେ ଯେ, ସବୁ ରାଜ୍ୟ ଏହି ଯୋଜନା ଲାଗୁ କରିସାରିଛନ୍ତି କିନ୍ତୁ ପଶ୍ଚିମବଙ୍ଗର ଅସୁବିଧା କେଉଁଠି ହେଉଛି । ଯେକୌଣସି ସ୍ଥିତିରେ ହେଉ ଏହି ଯୋଜନା ଲାଗୁ କରିବାକୁ ହେବ । କୋର୍ଟଙ୍କ ନିଷ୍ପତ୍ତିରେ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ସହମତି ଦର୍ଶାଇଛନ୍ତି । ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା ଅନୁଯାୟୀ, ପ୍ରବାସୀଙ୍କ ପାଖରେ ଯେକୌଣସି ରାଜ୍ୟର ରାସନ କାର୍ଡ ଥିଲେ ବି ତାଙ୍କୁ ଅନ୍ୟ ରାଜ୍ୟରୁ ରାସନ ମିଳିବ ।

Leave A Reply

Your email address will not be published.

11 − 10 =