ନାଗାର୍ଜୁନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

0

ଦୀର୍ଘ ୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତା ନଭେମ୍ବର ୨୭ ତାରିଖରେ ପ୍ରଭୁଙ୍କ ଏହି ରୂପର ଦର୍ଶନ ପାଇପାରିବେ ଭକ୍ତ ।  ଏଥିପାଇଁ  ନିଜ ତୂଳିର ନିଖୁଣ ସ୍ପର୍ଶରେ ନାଗାର୍ଜୁନ ବେଶକୁ ଜୀବନ୍ତ କରିବା କାମରେ ଲାଗି ପଡ଼ିଛନ୍ତି ପଟ୍ଟଚିତ୍ର ଶିଳ୍ପୀମାନେ ।ନାଗାର୍ଜୁନ ବେଶ ସହ ପତିତପାବନଙ୍କ ୧୨ ମାସର ସମସ୍ତ ଲୀଳାଖେଳାକୁ ପଟ୍ଟଚିତ୍ରରେ ପ୍ରଦର୍ଶନ କରାଯିବ।  ଶ୍ରୀଜିଉଙ୍କ ହାତୀବେଶ, ଗଜଉଦ୍ଧାରଣ ବେଶ, ବାମନ ବେଶ, କୃଷ୍ଣବଳରାମ ବେଶ ଭଳି ବିଭିନ୍ନ ବେଶକୁ ଚତୁଃପାର୍ଶ୍ୱରେ ସୁସଜ୍ଜିତ କରି ଚିତ୍ରିତ କରୁଛନ୍ତି ଶିଳ୍ପୀମାନେ।କୋଭିଡ୍ କଟକଣା ଯୋଗୁଁ ଭକ୍ତମାନେ ଏବେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରୁନାହାନ୍ତି । ଯଦି ଆସନ୍ତା ନଭେମ୍ବର ମାସକୁ ଅବସ୍ଥାରେ ସୁଧାର ଆସିଥିବ,ତେବେ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ପାଇବେ। ଫଳରେ ସେମାନେ ନାଗାର୍ଜୁନ ବେଶରେ ପ୍ରଭୁଙ୍କ ଦର୍ଶନ କରିପାରିବେ  ବୋଲି ଆଶା ରଖିଛନ୍ତି ଚିତ୍ରଶିଳ୍ପୀମାନେ ।

Leave A Reply

Your email address will not be published.

four × two =