ମଦ ପାଇଁ ଟଙ୍କା ନଦେବାରୁ ମାଆକୁ ହାଣିଲା ପୁଅ

0

ମଦ ପିଇବାକୁ ଟଙ୍କା ନେବାରୁ ନିଜ ବୟସ୍କ ମାଆଙ୍କୁ ହାଣି ହତ୍ୟା କଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦିଲ୍ଲୀ ଗୁରୁଗାଓଁ ସ୍ଥିତ ସିରୋଲରେ ଘଟିଥିବା ଶନିବାର ଜଣାପଡ଼ିଛି। ସୂଚନାଯୋଗ୍ୟ, ଉକ୍ତ ମହିଳା ଜଣଙ୍କ ତାଙ୍କ ମଦ୍ୟପ ପୁଅକୁ ମଦ ପାଇଁ ପଇସା ନଦେବାରୁ କ୍ରୋଧରେ ପୁଅ ମାଆର ହତ୍ୟା କରିଥିଲା। ଘଟଣାପରେ ଅଭିଯୁକ୍ତ ଗାଁରୁ ଫେରାର ହୋଇଯାଇଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛି।

ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ପୁଅ ମାଆ ଟଙ୍କା ନଦେବାରୁ କ୍ରୋଧରେ ଆସି ଟାଙ୍ଗିଆରେ ପ୍ରାୟ ୬ ରୁ ୭ ଥର ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପରିଜନଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଏହା ସହ ଅଭିଯୁକ୍ତ ନାଁରେ ହତ୍ୟା ମାମଲା ରୁଜୁ କରି ତଲାସି ଆରମ୍ଭ କରିଛି।

Leave A Reply

Your email address will not be published.