ମହିଳାଙ୍କ ସହ ତାଙ୍କ ୩ ଶିଶୁଙ୍କ ଗଳା ଦବାଇ ହତ୍ୟା

0

ଆଗ୍ରା : ଆଗ୍ରା ମହାନଗରରେ ଏକ ହୃଦୟବିଦାରକ ଘଟଣା ଘଟିଥିବା ଜଣାପଡିଛି । ଜଣେ ମହିଳା ଓ ତାଙ୍କ ୩ ଶିଶୁଙ୍କର ଗଳା ଦବାଇ ହତ୍ୟା କରାଯାଇଛି । ଘରର କବାଟ ଖୋଲା ଥିବାରୁ ସ୍ଥାନୀୟ ଲୋକେ ଘଟଣା ବିଷୟରେ ଜାଣିବାକୁ ପାଇ ପୁଲିସକୁ ଖବର ଦେଇଥିଲେ । ଏହି ଘଟଣା କୋତବାଲୀ ଥାନା ଅନ୍ତର୍ଗତ ଅଞ୍ଚଳର । ଉକ୍ତ ମହିଳା ନିଜ ସ୍ୱାମୀ , ୨ ପୁଅ ଓ ଏକ ଝିଅ ସହ ରହୁଥିଲେ । ମହିଳାଙ୍କର ୩ ଶିଶୁ ମଧ୍ୟରୁ ପୁଅ (୧୨), ଆଉ ଏକ ପୁଅ (୧୦), ଝିଅ ୮ ବର୍ଷର ବୋଲି ଜଣାପଡିଛି । ଅଞ୍ଚଳବାସୀ ମହିଳାଙ୍କ ଘର କବାଟ ଖୋଲା ସହ ଜିନିଷପତ୍ର ଏଣେତେଣେ ପଡିଥିବା ଦେଖିବାକୁ ପାଇଥିଲେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘରରେ ୪ଟି ମୃତଦେହ ପଡିଥିବାର ଦେଖିଥିଲେ । ଏହାସହ ଏକ କକ୍ଷରେ ଲେମ୍ବୁ, ହଳଦୀ, ଦୀପ ଭଳି କିଛି ଜିନିଷ ମିଳିଥିଲା । ଏହା କୌଣସି ଗୁଣିଗାରେଡି ଘଟଣା ବୋଲି ସନ୍ଦେହ କରାଯାଉଛି । ଏହାସହ ଜିନିଷ ଏଣେତେଣେ ପଡିଥିବାରୁ ଲୁଟପାତ ମଧ୍ୟ ସନ୍ଦେହ କରାଯାଉଥିବା ବେଳେ କୌଣସି ସ୍ପଷ୍ଟତା ମିଳି ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

five × 2 =