ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ରକ୍ତମୁଖା ହେଲା ସ୍ୱାମୀ

0

ଢେଙ୍କାନାଳ: ଢେଙ୍କାନାଳ ସହରର ବାଜିଚୌକରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ସ୍ତ୍ରୀକୁ ସନ୍ଦେହ କରି ରକ୍ତମୁଖା ପାଲଟିଲା ସ୍ୱାମୀ । ନିଜ ଶ୍ୱଶୁର ଘରେ ଫ୍ୟାନ ରଡ଼ରେ ନିଜ ପତ୍ନୀକୁ ପିଟି ପଟି ହତ୍ୟା କରିଛି ସ୍ୱାମୀ । ପରେ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିିଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇ ନେଇ ତଦନ୍ତ ଆରମ୍ଭ କରିଛି । ମୃତକଜଣକ ହେଲେ ମମତା ମହାଳିକ (୨୮) । ଅଭିଯୁକ୍ତ ସ୍ୱାମୀ ସତ୍ୟବ୍ରତ ମହାଳିକ ଜଣେ ସାମରିକ କର୍ମଚାରୀ ବୋଲି ଜଣାପଡିଛି । ସତ୍ୟବ୍ରତ ସବୁବେଳେ ନିଜ ପତ୍ନୀର ଚରିତ୍ରକୁ ସନ୍ଦେହ କରି ସବୁବେଳେ ତାଙ୍କୁ ମାରିଥାନ୍ତି । ମାତ୍ର ଅଧିକ ଯୌତୁକ ପାଇଁ ମାଡ଼ପିଟ କରନ୍ତି ବୋଲି ମମତାଙ୍କ ବାପଘର ଲୋକେ ପ୍ରକାଶ କରନ୍ତି ।

Leave A Reply

Your email address will not be published.

thirteen − eleven =