ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା

0

ମୁମ୍ବାଇ : ମହାରାଷ୍ଟ୍ରରେ ବର୍ଷା ହଇଚଇ ସୃଷ୍ଟି କରିଛି । ବର୍ଷା ହେତୁ କୋଙ୍କଣ ଅଞ୍ଚଳରେ ରେଡ ଆଲର୍ଟ ଜାରି କରାଯାଇଛି । ମୁମ୍ବାଇ, ଥାନେ ସମେତ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଅରେଞ୍ଜ ଆଲର୍ଟ ଜାରି ରହିଛି । ସେପଟେ ଆସନ୍ତା ୨ ଦିନ ମଧ୍ୟରେ ମୁମ୍ବାଇରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗର ସତର୍କ ସୂଚନା ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ବର୍ଷା ହେତୁ ଉମ୍ବେରମାଲି ରେଳ ଷ୍ଟେସନ ଏବଂ କସାରା ମଧ୍ୟରେ ମୁମ୍ବାଇ ଲୋକାଲ ଟ୍ରେନ ସେବା ସ୍ଥଗିତ ରଖାଯାଇଛି ।

Leave A Reply

Your email address will not be published.

3 + 15 =