ବଲିଉଡ ଅଭିନେତ୍ରୀ ଦୀପିକାଙ୍କର ରହିଛି ମନରେଗା ଜବ କାର୍ଡ ! ଭାଇରଲ ହେଲା ଫଟୋ

0

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ରହିଛି ମନରେଗା ଜବ କାର୍ଡ | ମନରେଗା ଜବ କାର୍ଡରେ ତାଙ୍କ ଫଟୋ ଲାଗିଥିବା ଆକାଉଣ୍ଟକୁ ଅନେକ ଟଙ୍କା ଆସିଥିବା ଜଣା ପଡ଼ିଛି | ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶରେ | ଦୀପିକାଙ୍କ ସହ ଅନ୍ୟ ବଲିଉଡ କଳାକାରଙ୍କ ଫଟୋ ଲଗାଇ ପଞ୍ଚାୟତ ସଚିବ ୧୧ଟି ମନରେଗା ଜବ କାର୍ଡ କରି ଟଙ୍କା ଆଣୁଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଏ ନେଇ ପଞ୍ଚାୟତ ସଚିବଙ୍କୁ ନିଲମ୍ବିତ କରାଯାଇଛି | ଜିଲ୍ଲା ପଞ୍ଚାୟତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଗୌରବ ବେନାଲ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନ ପରେ ପିପାରଖେଡା ନାକା ଗାଁର ପଞ୍ଚାୟତ ସଚିବ ମୋଜିଲାଲ ସେନାନୀଙ୍କୁ ନିଲମ୍ବିତ କରଯାଇଥିବା ବେଳେ ଗ୍ରାମ ରୋଜଗର ସହାୟକ ରମ ସିଂ ଜାମରଙ୍କ ସେବା ଜିଲ୍ଲାପାଳ ଅନୁଗ୍ରହ ପିଙ୍କ ନିର୍ଦ୍ଦେଶରେ ବନ୍ଦ କରି ଦିଆଯାଇଛି।
ମିଳିଥିବା ସୂଚନା ମୁତାବକ, ପଞ୍ଚାୟତ ସଚିବ ଗାଁ ଲୋକଙ୍କ ନାଁ ରଖିବା ସହ ବଲିଉଡ ଅଭିନେତ୍ରୀଙ୍କ ଫଟୋ ଲଗାଇ ମନରେଗା ଜବ କାର୍ଡ କରିଥିଲେ | ଏ ବିଷୟରେ ଗାଁ ଲୋକଙ୍କୁ ଜଣା ନଥିବା ବେଳେ ପଞ୍ଚାୟତ ସଚିବ ୧୧ଟି ମନରେଗା ଜବ କାର୍ଡ ଆକାଉଣ୍ଟକୁ ଆସୁଥିବା ଟଙ୍କା ନିଜେ ହଡପ କରି ନେଉଥିଲେ | ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ କେମିତି ଏଭଳି ଅଭିନେତ୍ରୀମାନଙ୍କ ଫଟୋ ଲଗାଇ କାର୍ଡ ତିଆରି କରାଗଲା, ସେ ନେଇ ଯାଞ୍ଚ ଆରମ୍ଭ ହୋଇଛି |

Leave A Reply

Your email address will not be published.

4 × 3 =