ଜୁଲାଇ ୧୫ ରେ ମୋଦିଙ୍କ ବାରଣାସୀ ଗସ୍ତ

0

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 15ରେ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତ ସମୟରେ ବାରଣାସୀ ସିଗ୍ରା ଠାରେ ରୁଦ୍ରାସ୍କ ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରର ଉଦଘାଟନ କରାବାର କାର୍ଯ୍ୟକ୍ରମ ରହିଛି । ଏନେଇ ଏକ ସରକାରୀ ବିଜ୍ଞପ୍ତିରୁ ପ୍ରକାଶ ପାଇଛି ।

ଜାପାନର ସହାୟତାରେ ନିର୍ମିତ ଏହି ସମ୍ମିଳନୀ କେନ୍ଦ୍ରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଜାପାନର ରାଷ୍ଟ୍ରଦୂତଙ୍କ ମଧ୍ୟ ଭିଡିଓ କନଫରେସିଂ ଜରିଆରେ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେବେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ଆଜି ସନ୍ଧ୍ୟା ସୁଦ୍ଧା ବାରଣାସୀରେ ପହଞ୍ଚିବ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ।

Leave A Reply

Your email address will not be published.

seventeen + 5 =