ଟ୍ୱିଟରରେ ବଢ଼ୁଛି ମୋଦିଙ୍କ ଲୋକପ୍ରିୟତା, ଫଲୋଅର୍ସଙ୍କ ସଂଖ୍ୟା ୬୦ ମିଲିୟନ

0

ମାଇକ୍ରୋ ବ୍ଲୋଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦି ଆଉ ଏକ ସଫଳତା ହାସଲ କରିଛନ୍ତି। ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଏବେ ୬୦ ମିଲିୟନ ଅର୍ଥାତ୍ ୬ କୋଟି ଲୋକ ଫଲୋ କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏବେ ୬୦ ମିଲିୟନ ଫଲୋଅର୍ସ ଅଛନ୍ତି। ତେବେ ମୋଦି ୨୩୫୪ ଜଣଙ୍କୁ ଫଲୋ କରୁଛନ୍ତି। ସାରା ଦୁନିଆର ଲୋକପ୍ରିୟ ତଥା ପ୍ରଭାବଶାଳୀ ନେତା, ଯେଉଁମାନଙ୍କୁ ଟ୍ୱିଟରରେ ସର୍ବାଧିକ ଲୋକ ଫଲୋ କରୁଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ତାଲିକାରେ ରହିଛନ୍ତି। ସେ କେବଳ ଭାରତରେ ନୁହେଁ ସାରା ବିଶ୍ୱର ଲୋକପ୍ରିୟ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଅନ୍ୟତମ।ଟ୍ୱିଟରରେ ଯୋଗ ଦେଇଥିବା ପ୍ରଥମ ଭାରତୀୟ ନେତା ହେଉଛନ୍ତି ନରେନ୍ଦ୍ର ମୋଦି। ସେ ୨୦୦୯ ମସିହାରେ ଟ୍ୱିଟରରେ ନିଜ ଆକାଉଣ୍ଟ ଖୋଲିଥିଲେ। ସେହି ସମୟରେ ସେ ଶଶି ଥରୁର ମଧ୍ୟ ଟ୍ୱିଟର ବ୍ୟବହାର କରିବା ଆରମ୍ଭ କରିଥିଲେ। ହେଲେ ଟ୍ୱିଟରରେ ଲୋକପ୍ରିୟତା ଦୃଷ୍ଟିରୁ ଥରୁରଙ୍କୁ ବେଶ ପଛରେ ପକାଇ ଦେଇଛନ୍ତି ମୋଦି।୨୦୧୯ ସେପ୍ଟେମ୍ୱରରେ ମୋଦିଙ୍କ ଫଲୋଅର୍ସ ୫ କୋଟି ହୋଇଗଲେ। ମାତ୍ର ୧୦ ମାସ ମଧ୍ୟରେ ଏବେ ଆଉ ୧ କୋଟି ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୱିଟରରେ ଫଲୋ କରୁଛନ୍ତି।

ସୂଚନାଯୋଗ୍ୟ, ଟ୍ୱିଟରରେ ସର୍ବାଧିକ ଫଲୋଅର୍ସ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ରହିଛନ୍ତି। ମୋଦିଙ୍କ ତୁଳନାରେ ଦୁଇ ଗୁଣ ଅଧିକ ଲୋକ ଓବାମାଙ୍କୁ ଟ୍ୱିଟରରେ ଫଲୋ କରୁଛନ୍ତି। ବର୍ତ୍ତମାନ ଓବାମାଙ୍କ ଟ୍ୱିଟରରେ ୧୨୦.୭ ମିଲିୟନ୍ ଅର୍ଥାତ୍ ୧୨ କୋଟିରୁ ଉର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି।

ଓବାମାଙ୍କ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ସର୍ବାଧିକ ଲୋକପ୍ରିୟତା ରହିଛି। ଟ୍ୱିଟରରେ ତାଙ୍କୁ ୮୩.୭ ମିଲିୟନ ଅର୍ଥାତ ୮ କୋଟି ୩୭ ଲକ୍ଷ ଲୋକ ଫଲୋ କରୁଛନ୍ତି।

Leave A Reply

Your email address will not be published.