ଆଜିଠୁ ୧୬ ରୁଟ୍ ରେ ‘ମୋ ବସ’

0

ଭୁବନେଶ୍ୱର: ଆଜିଠୁ ଗଡିବ ‘ମୋ ବସ୍’ । ସରକାର ଲକଡାଉନ କଟକଣାରେ ସାମାନ୍ୟ କୋହଳ କରିବା ପରେ ବସ୍ ଚଳାଚଳକୁ ଦେଇଛନ୍ତି ଅନୁମତି । ସାରା ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଚଳାଚଳ କରୁଥିବା ବେଳେ, ୧୬ଟି ରୁଟରେ ମୋ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ । ୧୬ଟି ରୁଟରେ ୮୭ଟି ବସ ସେବା ଆରମ୍ଭ ହେବାକୁ ଥିବାବେଳେ ବସ ଗୁଡିକୁ ବିଶୋଧନ କରାଯାଇଛି ।

୧୬ଟି ରୁଟରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ନିୟମିତ ଭାବେ ଚଳାଚଳ କରିବ ମୋ ବସ୍ । ସୋମବାର ଠାରୁ ଶୁକ୍ରବାର ଯାଏଁ ମୋ ବସ୍ ସେବା ଯୋଗାଇବ ।

Leave A Reply

Your email address will not be published.

14 − three =