ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା; ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠିତ

0

ଭୁବନେଶ୍ୱରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଖୋଳତାଡ଼ ଆରମ୍ଭ କରିଛିକମିଶନରେଟ୍ ପୁଲିସ୍‌ । ଏ ସଂପର୍କରେ ଗତ ଅଗଷ୍ଟ ୩୦ ତାରିଖରେ ମହିଳାଜଣକ ଥାନାରେ ଅଭିଯୋଗ କରିଥିଲେ ।ଗତ ମାର୍ଚ୍ଚ ଓ ଏପ୍ରିଲରେ ତାଙ୍କ ନାବାଳିକା ଝିଅ ଦୁଷ୍କର୍ମର ଶିକାର ହୋଇଥିବାମହିଳାଜଣଙ୍କ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି  ମହିଳା ଥାନାରେ ମାମଲା ରୁଜୁ କରାଯାଇଥିଲା। ବୟାନ ରେକର୍ଡ ବେଳେ ମହିଳାଜଣକ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ କର୍ମଚାରୀ, ଦୁଇ ସୁରକ୍ଷା କର୍ମଚାରୀ, ଜନୈକି ପୁଲିସ୍ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ଥିବା ଉଲ୍ଲେଖ କରିଥିଲେ।ଏହି ଅଭିଯୋଗ ଆଧାରରେ ମହିଳା ଥାନାରେ ଆଇପିସିର ବିଭିନ୍ନ ଧାରା ଓ ପୋକ୍ସୋ ଆକ୍ଟ ଅନୁଯାୟୀ କେଶ୍ ରୁଜୁ ହୋଇଛି ।ମାମଲାକୁ ଗମ୍ଭୀରତାର ସହ ନିଆଯାଇଛି, ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ହୋଇଛି। ସମସ୍ତ ଦିଗକୁ ନେଇ ଗମ୍ଭୀରତାର ସହ ତଦନ୍ତ କରାଯାଉଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.