ମିଲଖାଙ୍କ ପତ୍ନୀ ବିୟୋଗ

0

ନୂଆଦିଲ୍ଲୀ : ଫ୍ଲାଇଙ୍ଗ୍‌ ଶିଖ୍‌ ଭାବେ ପରିଚିତ କିମ୍ବଦନ୍ତୀ ମିଲଖା ସିଂଙ୍କ ପତ୍ନୀ ନିର୍ମଳ କୌର ପ୍ରାଣ ହରାଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସରରେ ନିର୍ମଳଙ୍କର ପରଲୋକ ଘଟିଛି । କରୋନା ବିରୋଧୀ ଲଢେ଼ଇରେ ନିର୍ମଳଙ୍କ ପରଲୋକରେ ଆମେ ମର୍ମାହତ ବୋଲି ପରିବାର ଲୋକଙ୍କ ପକ୍ଷରୁ ଏକ ବାର୍ତ୍ତା ଦିଆଯାଇଛି । ନିକଟରେ କରୋନାରୁ ସୁସ୍ଥ ହୋଇ ମିଲ୍‌ଖା ସିଂ ଘରକୁ ଫେରିବା ପରେ ନିର୍ମଳ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିର୍ମଳ ଭାରତୀୟ ଭଲିବଲ ଦଳର ପୂର୍ବତନ ଅଧିନାୟିକା ରହିଥିଲେ । ଅନ୍ୟପକ୍ଷରେ ମିଲଖା ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.