କରୋନା କବଳରେ ଶ୍ରୀମନ୍ଦିର ସେବାୟତ, କର୍ମଚାରୀ

0

ଶ୍ରୀମନ୍ଦିର ସହ ସଂପୃକ୍ତ ସେବାୟତ ଓ କର୍ମଚାରୀଙ୍କୁ ଘାରିଛି କରୋନା ସଂକ୍ରମଣ ଭୟ । ବର୍ତ୍ତମାନ ସୁଦ୍ଧା ୪୦୪ ଜଣ କରୋନା ସଂକ୍ରମିତ ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ମୋଟ ୪୦୪ ଜଣଙ୍କ ମଧ୍ୟରୁ ୩୫୧ ସେବାୟତ ଓ ୫୩ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ଏଭଳି ସ୍ଥିତି ପରେ ଆରମ୍ଭ ହୋଇଛି ପ୍ରଶାସନିକ ତତ୍ପରତା । ଏନେଇ ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସିଡିଏମଓ, ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ । ଯେଉଁ ସେବାୟତ ଗୁରୁତର ହେଉଛନ୍ତି ସଠିକ ଗାଇଡଲାଇନ ଅନୁଯାୟୀ, ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆସିଷ୍ଟାଣ୍ଡ ରେଭିନ୍ୟୁ ଅଫିସରଙ୍କ ନେତୃତ୍ୱରେ ୨ଟି ଟିମ୍ ଗଠନ କରାଯାଇଛି । ସେହିପରି ଭେଣ୍ଟିଲେଟର ଥାଇ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ପରିସରରେ ପାନ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। ପାନ ଖାଇଥିବା ସେବାୟତଙ୍କୁ ଛାଡ଼ିଲେ ଦ୍ୱାର ଜଗୁଆଳି ଦଣ୍ଡିତ ହେବେ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.