ଚଳିତମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷାଫଳ

0

ଚଳିତମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍‌ ଭାବେ କରାଯାଉଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ସେପଟେ ସ୍କୁଲ ଖୋଲାଯିବା ନେଇ ଏବେ ସ୍କୁଲ ଖୋଲିବା ସମ୍ପର୍କରେ କହିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ । ଆସନ୍ତା ୧୭ରୁ ୟୁଟ୍ୟୁବରେ ନବମ ଓ ଦଶମ ପିଲାଙ୍କୁ ଶିକ୍ଷାଦାନ ଦିଆଯିବ । ସବୁ ଜିଲ୍ଲାର ଡିଇଓମାନଙ୍କୁ ବିଷୟ ସ୍ଥିର କରିବାକୁ କୁହାଯାଇଛି । ଆସନ୍ତା ୧୮ରେ ଏନେଇ ୩୦ ଜିଲ୍ଲାର ଡିଇଓଙ୍କ ସହ ବୈଠକ ହେବ ବୋଲି ସେ ଜଣାଇଛନ୍ତି ।

Leave A Reply

Your email address will not be published.

fourteen − fourteen =