କୋଭିଡ୍ ୧୯ ମୁକାବିଲା ପାଇଁ ମାସ୍କ ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ ) ନୂଆ ଗାଇଡଲାଇନ୍ସ ଜାରି କରିଛି। ଅଧିକ ସଂକ୍ରମିତ ହୋଇଥିବା ସ୍ଥାନରେ ରୋଗୀଙ୍କ ସହ ମେଡିକାଲ୍ର ସମସ୍ତ କର୍ମଚାରୀ ଡବ୍ଲୁଏଚଓ ଦ୍ୱାରା ପୂର୍ବରୁ ସୂଚାଇ ଦିଆଯାଇଥିବା ଗ୍ରେଡ୍ ମାସ୍କ ପିନ୍ଧିବା ଜରୁରୀ।
-ମେଡିକାଲ୍ରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମଧ୍ୟ ମେଡିକାଲ୍ ଗ୍ରେଡ୍ ମାସ୍କ ପିନ୍ଧିବା ଆବଶ୍ୟକ। ଏପରି କି କୋଭିଡ୍ ୧୯ ସଂକ୍ରମଣ ଓ୍ୱାର୍ଡରେ କାର୍ଯ୍ୟକରୁନଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ।
-୬୦ ବର୍ଷରୁ ଅଧିକ କିମ୍ବା ବିଛଣାରେ ପଡ଼ି ରହୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯଦି ସାମାଜିକ ଦୂରତା ସମ୍ଭବ ହେଉ ନାହିଁ ତେବେ ସେହି ସ୍ଥଳରେ ସେମାନେ ମେଡିକାଲ୍ ଗ୍ରେଡ୍ ମାସ୍କ ପିନ୍ଧିବା ଆବଶ୍ୟକ। ସେହିପରି ଅନ୍ୟମାନେ ଥ୍ରୀ-ଲେୟର୍ ଫାଭ୍ରିକ୍ ମାସ୍କ ପିନ୍ଧିବା ଉଚିତ୍। ଏହି ମାସ୍କକୁ ଆପଣ ଘରେ ମଧ୍ୟ ତିଆରି କରିପାରିବେ ବୋଲି ଡବ୍ଲୁଏଚଓ ସ୍ପଷ୍ଟ କରିଛି ।
-ଅଧିକ ସଂକ୍ରମିତ ହୋଇଥିବା ସ୍ଥାନରେ ରୋଗୀଙ୍କ ସହ ମେଡିକାଲ୍ର ସମସ୍ତ କର୍ମଚାରୀ ମଧ୍ୟ ମେଡିକାଲ୍ ଗ୍ରେଡ୍ ମାସ୍କ ପିନ୍ଧିବା ଜରୁରୀ।
ଖାଲି ବସ୍ କିମ୍ବା ଟ୍ରେନ୍ରେ ନୁହେଁ ବରଂ ଗ୍ରୋସେରି ଷ୍ଟୋର୍, କର୍ମ କ୍ଷେତ୍ର, ସାମାଜିକ ସମାବେଶ, ଜନ ସମାବେଶ, ସର୍ବ ସାଧାରଣ ସ୍ଥାନରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପାଇଁ ପରାମର୍ଶ ଦେଇଛି ଡବ୍ଲୁଏଚଓ ।
-ଗୋଷ୍ଠୀ ସଂକ୍ରମଣ ଥିଲେ ସାଧାରଣ ଲୋକ ମଧ୍ୟ ମେଡିକାଲ୍ ଗ୍ରେଡ୍ ମାସ୍କ ବ୍ୟବହାର କରିବେ।
-ସେହିପରି ହାତ ନ ଧୋଇ ମାସ୍କ ଛୁଇଁବା କିମ୍ବା ବାରମ୍ବାର ଖୋଲିବା ଓ ଲଗାଇବାରୁ ଦୂରେଇ ରହିବା ପାଇଁ ଡବ୍ଲୁଏଚଓ ପରାମର୍ଶ ଦେଇଛି।