ଟିକା ନେଇଥିବା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମାସ୍କ ପିନ୍ଧିବା ଆବଶ୍ୟକତା ନାହିଁ

0

ୱାଶିଂଟନ: ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ବା ସିଡିସି କହିଛି ଯେ, ଟିକା ନେଇଥିବା ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲ ପରିସରରେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ । କୋଭିଡ ସଂକ୍ରମଣ ହ୍ରାସ, ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହାସହ ଟିକାକରଣ ଅଭିଯାନରେ ୧୨ ବର୍ଷର ପିଲାଙ୍କୁ ଟିକା ଦେବାକୁ ଯୋଜନା ଚାଲିଛି । ଏହି ପରିପ୍ରେକ୍ଷୀରେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି କହିଛନ୍ତି ନ୍ୟୁୟର୍କ ସ୍ଥିତ ସିଡିସିର ମୁଖ୍ୟ ଏରିନ ସୋବେର ସାଜ । ସେ କହିଛନ୍ତି ଦେଶବାସୀଙ୍କୁ ସୁରକ୍ଷା ଦେବା ଲାଗି ଅଭିଯାନ ଜାରି ରହିଥିବା ବେଳେ, ସ୍କୁଲରେ ଏହି ପ୍ରକ୍ରିୟା ଲାଗୁ କରିବା ଲାଗି ପଦକ୍ଷେପ ନିଆଯାଇଛି । ସିଡିସିର ନୂଆ ପ୍ରସ୍ତାବ ଅନୁସାରେ କେଉଁ ପିଲା ଟିକା ନେଇଛନ୍ତି, ତାହା ଜାଣିବା ଲାଗି ଶିକ୍ଷକଙ୍କ ପାଇଁ ଗାଇଡଲାଇନ ଜାରି କରିବାର ଆବଶ୍ୟକତା ନାହିଁ । ଏହାସହ କେଉଁ ଶିକ୍ଷକ ଟିକା ନେଇଛନ୍ତି ତାହା ଜାଣିବା ବି ଅଭିଭାବକଙ୍କ ଆବଶ୍ୟକତା ନାହିଁ ।

Leave A Reply

Your email address will not be published.

11 + five =