ଏଣିକି ମାସ୍କ ନ ପିନ୍ଧିଲେ ୫ ହଜାର ଜୋରିମାନା

0

ଶିମଲା: ଦେଶରେ କୋଭିଡ କଟକଣା ହ୍ରାସ ପାଉପାଉ ରାଜ୍ୟର ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକମାନେ କରୋନା କଟକଣା ଭୁଲିଯାଇ ଭିଡ଼ ଜମାଉଛନ୍ତି । ଫଳରେ କରୋନା ତୃତୀୟ ଲହରର ଆଶଙ୍କା ଦେଖା ଦେଉଛି । ଏଠାକାର ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଶେଷକ କରି ହିମାଚଳ ପ୍ରଦେଶର ହିଲ ଷ୍ଟେନସଗୁଡ଼ିକରେ ପର୍ଯ୍ୟଟକମାନେ କରୋନା କଟକଣାକୁ ମାନୁ ନାହାଁନ୍ତି । ତେଣୁ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ହିମାଚଳ ପ୍ରଦେଶ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । କୋଭିଡ ନିୟମ ମାନୁନଥିବା ଲୋକଙ୍କୁ ଜେଲ ଦଣ୍ଡ ସହିତ ମୋଟା ଅଙ୍କର ଫାଇନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନୂଆ ନିର୍ଦ୍ଦେଶ ଅନୁସାରେ, ମାସ୍କ ନ ପିନ୍ଧିଲେ, ୮ ଦିନ ପାଇଁ ଜେଲ ସହିତ ୫ ହଜାର ଟଙ୍କା ଜୋରିମାନ ଦେବାକୁ ପଡ଼ିବ । ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଗତ କିଛିଦିନ ପୂର୍ବରୁ କରୋନା କଟକଣା କୋହଳ ହେବା ପରେ ଶିମଲା ଓ ମନାଲିରେ ପର୍ଯ୍ୟଟକଙ୍କ ଭିଡ଼କୁ ନେଇ ସୋସିଆଲ ମିଡିଆରେ ଖୁବ ସମାଲୋଚନା କରାଯାଇଥିଲା । ଏହା ତୃତୀୟ ଲହରକୁ ଡାକିଆଣୁଛି ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି ।

Leave A Reply

Your email address will not be published.

two × five =