ପୁଣି ଇସ୍ରାଇଲକୁ ଫେରିଲା ମାସ୍କ କଟକଣା

0

ସାରା ବିଶ୍ୱରେ କରୋନା ସଂକ୍ରମଣର ଭୟାବହତା କମି ଆସୁଥିବା ବେଳେ ପୁଣି କରୋନାର ନୂଆ ଡେଲଟା ଭାରିଆଣ୍ଟ ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇଛି । ମାସ୍କ କଟକଣା ହଟାଇ ଦେଇ ବିଶ୍ୱର ପ୍ରଥମ ମାସ୍କ ଫ୍ରି ଦେଶ ଭାବେ ଦାବି କରୁଥିବା ଇସ୍ରାଇଲରେ ପୁଣି ମାସ୍କ କଟକଣା ଲଗାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ ଏବେ ବିଶ୍ୱର ୮୫ ଟି ଦେଶରେ କରୋନାର ଏହି ନୂଆ ଭାରିଆଣ୍ଟ ଦେଖିବାକୁ ମିଳିଲାଣି । ଏବେ ଇସ୍ରାଇଲରେ ଡେଲଟା ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ ସରକାର ପୁଣି ଦେଶରେ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି । ବେନେଟ ସରକାର କହିଛନ୍ତି କି ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ଏବେ ଇସ୍ରାଇଲରେ କାୟା ବିସ୍ତାର କରୁଛି । ଫଳରେ ଦେଶରେ ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଇଛି । ଯାହାକି ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

Leave A Reply

Your email address will not be published.

two × five =