ଆଜିଠୁ ମାସ୍କ ପିନ୍ଧିବା ଜରୁରୀ ନୁହେଁ

0

ଫ୍ରାନ୍ସରେ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ଆସନ୍ତା ଜୁନ୍‌ ୨୦ ତାରିଖରୁ ହଟାଇଦିଆଯିବ । ଗତବର୍ଷ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାବେଳେ ଆଜିଠୁ ଏହାକୁ ହଟାଇଦିଆଯାଇଛି । ଏଣିକି ଫ୍ରାନ୍ସର ସର୍ବସାଧାରଣ ସ୍ଥାନରେ ଲୋକଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଫ୍ରାନ୍ସ ସରକାର କହିଛନ୍ତି ଯେ, ଏହା ବାହାରେ ମାସ୍କ ପିନ୍ଧିବା ଓ ୧୦ ଦିନ ନାଇଟ୍‌ କର୍ଫ୍ୟୁକୁ ହଟାଇଦିଆଯାଇଛି । ଦେଶରେ କରୋନା ଭାଇରସ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି ଓ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ବଢିଚାଲିଛି । ଫ୍ରାନ୍ସର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକମାନଙ୍କୁ ବାହାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ ଆଜିଠୁ ହଟାଇଦିଆଯିବ ଓ ଜୁନ୍‌ ୨୦ରୁ କରୋନା କର୍ଫ୍ୟୁ ମଧ୍ୟ ହଟାଯିବ । କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶର ସ୍ୱାସ୍ଥ୍ୟ ଅବସ୍ଥା ଆଶା କରାଯାଉଥିବା ଠାରୁ ଦ୍ରୁତ ଗତିରେ ଉନ୍ନତି କରୁଛି । କିନ୍ତୁ ଅତ୍ୟଧିକ ଗହଳି ଯଥା ଷ୍ଟାଡିୟମ ଓ ବଜାର ଭଳି ସ୍ଥାନରେ ଲୋକମାନେ ନିଜର ସୁରକ୍ଷା ଦୃଷ୍ଟିରୁ ମାସ୍କ ପରିଧାନ କରିବା ଉଚିତ୍‌ ବୋଲି ସେ କହିଛନ୍ତି । ସେଠାରେ ମାସ୍କ ନିୟମକୁ କଡାକଡି ଭାବେ ପାଳନ କରାଯିବ, କିନ୍ତୁ ବାକି ସବୁ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ନୁହେଁ ।

Leave A Reply

Your email address will not be published.

12 − five =