ପିଓ ବ୍ୟୁରୋ) : ଭୁବନେଶ୍ୱର: ଅନ୍ଲାଇନ୍ ମଦ ବେପାରରେ ସ୍ଥିତି ସୁଧୁରୁନି। ଗତ କାଲି ଭଳି ଆଜି ମଧ୍ୟ ବିଭିନ୍ନ ମଦ ଦୋକାନ ସାମ୍ନାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ପୁଲିସ-ମଦ୍ୟପଙ୍କ ଭିତରେ ବିଭିନ୍ନ ଜାଗାରେ ଛକାପଞ୍ଝା ଲାଗି ରହିଛି। ଗୋଟିଏ ପଟେ ଏପରି ସ୍ଥିତି ଥିବାବେଳେ ଅନ୍ୟ ପକ୍ଷେ ମଦ ଉପରେ ୫୦% କୋଭିଡ୍ ଟିକସକୁ ନେଇ ଗ୍ରାହକଙ୍କ ଭିତରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଓଡ଼ିଶା ରାଜ୍ୟ ପାନୀୟ ନିଗମ କୋଭିଡ କର ମିଶାଇ ଗ୍ରାହକଙ୍କ ପାଇଁ ଯେଉଁ ଦର ଧାର୍ଯ୍ୟ କରିଛି, ସେ ଦର ଅନୁସାରେ ଗ୍ରାହକ ମଦ କିଣିବାକୁ ପାଉନାହାନ୍ତି। ଢେର୍ ଚଢା ଦାମରେ ମଦ ବିକ୍ରି ହେଉଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏ ଚଢ଼ା ମୂଲ୍ୟ କାହା ପକେଟକୁ ଯାଉଛି? ମଦ ଦୋକାନୀ ନେଉଛନ୍ତି ନା ସରକାର? କିଏ ଏଭଳି ଦ୍ବନ୍ଦ୍ବ ସୃଷ୍ଟି କଲା? ଏଭଳି ପ୍ରଶ୍ନ ଏବେ ଗ୍ରାହକଙ୍କ ମନରେ ଉଙ୍କି ମାରୁଛି।