ପ୍ରେମ ଜନିତ ହତ୍ୟାକାଣ୍ଡରେ ଦେଶରେ ସପ୍ତମ ହେଉଛି ଓଡ଼ିଶା

0

ଭୁବନେଶ୍ୱର : ଏନସିଆରବି ପକ୍ଷରୁ ପ୍ରେମଜନିତ ହତ୍ୟାକାଣ୍ଡକୁ ନେଇ ଜାରି ହୋଇଛି ସଦ୍ୟତମ ରିପୋର୍ଟ। ରିପୋର୍ଟ ମୁତାବକ, ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସପ୍ତମ ସ୍ଥାନରେ ରହିଛି। ଓଡ଼ିଶାରେ ପ୍ରତି ମାସରେ ପ୍ରେମ ଯୋଗୁ ୫ ଜୀବନ ଚାଲିଯାଉଥିବା ଏହି ରିପୋର୍ଟ କହୁଛି। ଗତ ୩ ବର୍ଷ ହେଲା ରାଜ୍ୟରେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ୨୦୧୮ରେ ରାଜ୍ୟରେ ଘଟିଥିଲା ୩୮ଟି ପ୍ରେମଜନିତ ହତ୍ୟାକାଣ୍ଡ। ସେହିପରି ୨୦୧୯ରେ ଏହି ସଂଖ୍ୟା ୫୨ରେ ପହଞ୍ଚିଥିବା ବେଳେ ୨୦୨୦ରେ ପ୍ରେମ ଯୋଗୁ ୫୯ ଜୀବନ ଗଲାଣି। କିଛି ମାସ ତଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ବିବାହିତ ମହିଳାଙ୍କ କରୁଣ ପରିଣତି ଦେଖିଥିଲା ସାରା ଓଡ଼ିଶା। ଭୀମଟାଙ୍ଗିରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ତାଙ୍କ ପୁରୁଣା ପ୍ରେମିକ ଜଗନ୍ନାଥ ପ୍ରଧାନ ହତ୍ୟା କରିଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲା ପ୍ରିୟଙ୍କାଙ୍କ ୩ ବର୍ଷର ଛୁଆ। ସେହିପରି ପ୍ରେମିକ ଉପରେ ଭରସା କରି ଅକାଳରେ ଚାଲିଯାଇଥିଲେ ମୟୂରଭଞ୍ଜ ଅଞ୍ଚଳର ଝରାଫୁଲ। କେବଳ ଏ ଦୁଇଟି ଘଟଣା ନୁହେଁ, ପ୍ରେମଜନିତ ବ୍ୟାପାରରୁ ହତ୍ୟାକାଣ୍ଡ ନିୟମିତ ଦେଖିବାକୁ ମିଳୁଛି।

Leave A Reply

Your email address will not be published.

four × 3 =