ଜାମ୍ମୁ କଶ୍ମୀରରେ ହଟିଲା କଟକଣା

0

ଶ୍ରୀନଗର: ଜାମ୍ମୁ କଶ୍ମୀରରେ କରୋନା ସଂକ୍ରମଣର ମାମଲା ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜାମ୍ମୁ-କଶ୍ମୀର ସରକାର ୧୩ ଜିଲ୍ଲାରେ ୱିକେଣ୍ଡ ଲକଡାଉନକୁ ପ୍ରତ୍ୟାହାର କରିନେଇଛନ୍ତି । କିନ୍ତୁ ପୂର୍ବ ଭଳି ନାଇଟ କର୍ଫ୍ୟୁ ଜାରି ରହିବ । ଜାମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ, ଜମ୍ମୁ, କଠୁଆ, ସାମ୍ବା, ପୁଞ୍ଚ, ରାଜୌରୀ, ଉଧମପୁର, ଅନନ୍ତନାଗ, ବାନ୍ଦିପୋର, ବାରାମୂଲ୍ଲା, ବଡଗାମ, ଗାନ୍ଦରବଲ, ପୁଲୱାମା ଓ ଶୋପିୟାନ ସହିତ ୧୩ ଜିଲ୍ଲାରେ ୱିକେଣ୍ଡ ଲକଡାଉନ ରହିବ ନାହିଁ । ପୂର୍ବପରି କିନ୍ତୁ ନାଇଟ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୭ଟା ପର୍ଯ୍ୟନ୍ତ ରହିବ ।

Leave A Reply

Your email address will not be published.

12 − nine =