ରାଜ୍ୟରେ ୧୬ ଯାଏଁ ବଢିଲା ଆଂଶିକ ଲକଡାଉନ୍‌

0

ଭୁବନେଶ୍ୱର: ଆସିଲା କୋଭିଡ୍‌ ଗାଇଡଲାଇନ୍‌ । ରାଜ୍ୟରେ ଆଂଶିକ ଲକଡାଉନ୍‌ ଜାରି ରହିବ । ଆସନ୍ତା ଜୁଲାଇ ୧୬ ସକାଳ ୬ ଯାଏଁ ରାଜ୍ୟରେ ଆଂଶିକ ଲକଡ଼ାଉନ । କାଟାଗୋରୀ ଏ’ ରେ ୨୦ ଜିଲ୍ଲା ଏବଂ କାଟେଗୋରୀ ବି’ ରେ ୧୦ ଜିଲ୍ଲା ରହିଛି । ତେବେ କାଟାଗୋରୀ ଏ ରେ ପୂର୍ବରୁ ଥିବା ୧୭ ଜିଲ୍ଲାରେ ସାମିଲ ହୋଇଛି ୩ ଜିଲ୍ଲା । ସେହି ୩ଟି ଜିଲ୍ଲା ହେଉଛି ଅଗୁଗୁଳ, କେଉଁଝର ଏବଂ ଢେଙ୍କାନାଳ । ୫ ପ୍ରତିଶତ ଥିବା ଅଞ୍ଚଳକୁ କାଟାଗୋରୀ ବି’ ରେ ସାମିଲ କରାଯାଇଛି । ଏନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲାରେ ୧ ଜୁଲାଇ ସକାଳ ୫ଟାରୁ ୧୬ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍‌ ଜାରି ରହିବ । ରାଜ୍ୟର ୩୦ ଜିଲ୍ଲାକୁ ଦୁଇଟି କାଟେଗୋରୀ ଯଥା ଏ’ ଏବଂ ବି’ ରେ ବିଭକ୍ତ କରାଯାଇଛି । କାଟେଗୋରୀ ଏ’ରେ ରହିଛି ୨୦ଟି ଜିଲ୍ଲା । ଏହି କାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏହି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍‌ ରହିବନି । ବସ୍‌ ଚଳାଚଳ ଏବଂ ଇନଡୋର ଆଉଟଡୋର୍‌ ସୁଟିଂକୁ ମଧ୍ୟ ଏହିସହୁ ଜିଲ୍ଲାରେ ଅନୁମତି ମିଳିଛି । ସେହିଭଳି କାଟେଗୋରୀ ବିରେ ୧୦ଟି ଜିଲ୍ଲା ରହିଛି । ଏହି କାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ।

Leave A Reply

Your email address will not be published.

six + two =