କୋହଳ ହୋଇପାରେ କଟକଣା : ଡିଏମଇଟି

0

ଭୁବନେଶ୍ୱର : ୫% କମ୍‌ ଥିବା ଜିଲ୍ଲାମାନଙ୍କରେ କଟକଣା କୋହଳ କରାଯାଇପାରେ । ଲୋକଙ୍କ ବ୍ୟବହାର, ଟିପିଆର, କେତେ ଲୋକ ସଂକ୍ରମିତ ହେଉଛନ୍ତି, ଲୋକେ କଟକଣା ମାନୁଛନ୍ତି ନା ନାହିଁ ସେ ସବୁକୁ ନଜରରେ ରଖି କଟକଣା କୋହଳ ହେବକି ନାହିଁ ନିଷ୍ପତ୍ତି ନିଆଯିବ । ଏନେଇ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାପାତ୍ର । ସେ କହିଛନ୍ତି କିଛି ଜିଲ୍ଲାରେ ସଂକ୍ରମଣ ବଢୁଛି ଅନ୍ୟ କିଛି ଜିଲ୍ଲାରେ କମୁଛି । ମହାମାରୀରେ ଏକା ସଙ୍ଗେ ସଂକ୍ରମଣ ଥମିବ ବୋଲି ଦେଖାଯାଇନାହିଁ । ୪ରୁ ୫ଟି ଜିଲ୍ଲାରେ ସଂକ୍ରମଣ ବଢୁଥିବା ହେତୁ ସେହି ଜିଲ୍ଲା ଉପରେ ଧ୍ୟାନ ଦିଆଯାଉଛି । ସାମଗ୍ରିକ ଭାବେ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକଙ୍କ ଯିବା ଆସିବା ନିୟମିତ ହେଉଛି । ଫଳରେ ଏହିସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ବୁଝାସୁଝା କରାଯାଉଛି, ଅଧିକ ସଂକ୍ରମଣ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଉଛି । ସଂକ୍ରମିତ ଲୋକଙ୍କୁ ସଂଗରୋଧ କରି ଚିକିତ୍ସା କରାଯାଉଛି । ଏହାକୁ ନଜରରେ ରଖି ଜିଲ୍ଲାରେ ଲକଡାଉନ୍‌ ଉଠିବ କି ନାହିଁ ନିଷ୍ପତ୍ତି ନିଆଯିବ ।

Leave A Reply

Your email address will not be published.

five − 5 =