ଧର୍ମଶାଳା ବିଡିଓଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ

0

ଯାଜପୁର ଧର୍ମଶାଳା ବିଡିଓଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ବିଡିଓ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସହ ୨୦ ହଜାର ଯୋଗ୍ୟ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ଦେଇଛନ୍ତି । ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହେବା ପରେ ବି ବିଡିଓ ମିଥ୍ୟା ତଥ୍ୟ ଦେଇଛନ୍ତି । ଯାହାର ପ୍ରମାଣ ଅଜି ସାମ୍ବାଦିକ ସମ୍ମିଳନୀରେ ରଖିଛନ୍ତି ଲେଖାଶ୍ରୀ । ବାଦ୍ ପଡ଼ିଥିବା ଲୋକଙ୍କ ପାଖରେ ଘର ନାହିଁ କିନ୍ତୁ ସତ୍ୟପାଠରେ ପକ୍କା ଘର ଦର୍ଶାଯାଇଛି । କିଛି ଲୋକଙ୍କ ପାଖରେ ବିଦ୍ୟୁତ୍‌ ସଂଯୋଗ ନଥିବା ବେଳେ ସତ୍ୟପାଠରେ ଅଧିକ ବିଦ୍ୟୁତ୍‌ ବ୍ୟବହାର ନେଇ ଦର୍ଶାଯାଇଛି । ଯାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ ।

Leave A Reply

Your email address will not be published.

three − two =