ଆଜି ପ୍ରଣବ ଦା’ଙ୍କ ଶେଷକୃତ୍ୟ

0

ଗତ ୩ ସପ୍ତାହ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଗତକାଲି ନିରବୀ ଯାଇଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ହେବ ଶେଷକୃତ୍ୟ । ତେବେ ତା’ ପୂର୍ବରୁ ଦିଲ୍ଲୀସ୍ଥିତ ୧୦ ରାଜାଜୀ ମାର୍ଗରେ ଥିବା ବାସଭବନରେ ପ୍ରଣବଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ । ସେଠାରେ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରିୟଜନ ଓ ବିଶିଷ୍ଟ ବ୍ୟକ୍ତି ପ୍ରଣବଙ୍କ ଶେଷ ଦର୍ଶନ କରିବେ । ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଫ୍ୟାମିଲି ଡାକ୍ତର ନରେନ କୁମାର ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଦେଶର ୧୩ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୮୪ ବର୍ଷ ବୟସରେ ଗତକାଲି ଇହଧାମ ତ୍ୟାଗ କରିଛନ୍ତି । ପ୍ରଣବ ଦା’ ଗତ ୧୦ ତାରିଖରୁ ଦିଲ୍ଲୀ ଆର୍ମି ରିସର୍ଚ୍ଚ ଏଣ୍ଡ ରିଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ଦୀର୍ଘ ଦିନ ଧରି ସେ ଗଭୀର କୋମାରେ ଥିଲେ । କିଛି ଦିନ ତଳେ ତାଙ୍କର ବ୍ରେନ୍ ସର୍ଜରୀ ହୋଇଥିଲା। ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇ ରକ୍ତ ଜମାଟ ବାହାର କରାଯାଇଥିଲା । ଅସ୍ତ୍ରୋପଚାର ପୂର୍ବରୁ କରୋନା ନମୂନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା  । ଏହାପରେ ଫୁସ୍‌ଫୁସ୍‌ ସଂକ୍ରମିତ ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିଲା। ଶେଷରେ ଗତକାଲି ଚିର ନିଦ୍ରାରେ ଚାଲିଗଲେ ପ୍ରଣବ ଦା’।ପ୍ରଣବ ଦା’ଙ୍କ ପରଲୋକରେ ଦେଶରେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

fifteen + 4 =