୮ ଜଣ ପାଇବେ ଲଳିତ କଳା ଏକାଡେମୀ ପୁରସ୍କାର

0

ଭୁବନେଶ୍ୱର: ଓଡ଼ିଶା ଲଳିତକଳା ଏକାଡେମୀ ପୁରସ୍କାର ଘୋଷଣା । ୩୯ତମ ରାଜ୍ୟ ଲଳିତ କଳା ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ପାଇଁ ଚିତ୍ରକଳା, ଭାସ୍କର୍ଯ୍ୟ କଳା, ମୁଦ୍ରଣ କଳା, ପାରମ୍ପରିକ କଳାକୃତିଗୁଡିକ ମଧ୍ୟରୁ ଏକାଡେମୀ ଚୟନ କମିଟି ୮ଜଣଙ୍କର କୃତିକୁ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ କରିଥିଲେ ।

ଏହି ଶିଳ୍ପୀମାନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ରାଶି ସ୍ୱରୂପ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ଚେକ୍‍, ମାନପତ୍ର ଓ ଉପଢ଼ୈାକନ ପ୍ରଦାନ କରାଯାଇଛି । ଏହି ଅବସରରେ ୨୦୨୦ ମସିହା ପାଇଁ ରାଜ୍ୟସ୍ତରୀୟ ଅନ୍‍ଲାଇନ୍‍ ଫଟୋଗ୍ରାଫି ପ୍ରଦର୍ଶନୀର ଶ୍ରେଷ୍ଠ ୪ ଜଣ ଶିଳ୍ପୀଙ୍କୁ ରାଜ୍ୟ ‘ଫଟୋଗ୍ରାଫି’ ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

19 + twenty =