ହିମଗ୍ଲୋବିନ ମାତ୍ରା କମ୍ ଥିଲେ କଣ୍ କରିବେ

0

ଭୁବନେଶ୍ୱର: ପୃଷ୍ଟିସାର, ଲୌହସାର, କ୍ୟାଲସିୟମରେ ଭରପୁର କୋଳଥ। ଏଥିରେ ଶ୍ୱେତସାର ଏବଂ ଚର୍ବିର ମାତ୍ରା କମ ରହିଥାଏ। ଏହାବ୍ୟତୀତ ଏହି ଡାଲି ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା ଏବଂ ଓଜନ ହ୍ରାସ ପାଇଥାଏ। ଋତୁକାଳୀନ ସମସ୍ୟା ଭୋଗୁଥିବା ମହିଳାମାନେ କୋଳଥ ଡାଲି ଖାଇବା ଉଚିତ। ଏହା ଦ୍ୱାରା ଅତ୍ୟଧିକ ରକ୍ତସ୍ରାବ କମେ। ହିମୋଗ୍ଲୋବିନ୍ ମାତ୍ରା ବଢେ଼। ରକ୍ତହୀନତାରେ ପଡ଼ିବା ଆଶଙ୍କା ରହେ ନାହିଁ।

ମାସିକ ଧର୍ମରେ ସମସ୍ୟା ଦେଖାଯାଉଥିବା ମହିଳାମାନେ କୋଳଥ ଡାଲି ଖାଇବା ଉଚିତ। ଏହାଦ୍ୱାରା ଅତ୍ୟଧିକ ରକ୍ତସ୍ରାବ କମ ହୋଇଥାଏ ଏବଂ ଶରୀରରେ ହିମଗ୍ଲୋବିନର ମାତ୍ରା ବଢିଥାଏ। ରକ୍ତହୀନତାର ଆଶଙ୍କା ରହିନଥାଏ। ତେବେ ଜାଣନ୍ତୁ ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା ଶରୀରରେ କେଉଁ ସବୁ ଲାଭ ମିଳିଥାଏ।

-ଏହାର ତନ୍ତୁଜାତୀୟ ଉପାଦାନ ରକ୍ତଚାପ ଓ ରକ୍ତ ଶର୍କରା କମାଏ।

-ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା ପେଟ ରୋଗ ସମସ୍ୟା ଦୂର ହୁଏ। ବୃକ୍କରେ ଛୋଟ ପଥର ସମସ୍ୟା ଥିଲେ ପ୍ରତି ଦିନ ସକାଳେ କୋଳଥ ବତୁରା ପାଣି ପିଅନ୍ତୁ।

-ନିୟମିତ କୋଳଥ ଡାଲି ଖାଇଲେ ମେଦ ହ୍ରାସ ହୋଇଥାଏ। ଏହାବ୍ୟତୀତ ପେଟରେ ଷ୍ଟୋନ ହୋଇଥିଲେ ଏହା ବିଶେଷ ଭାବେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କୋଳଥ ଡାଲି ଖାଇଲେ କିମ୍ବା କୋଳଥ ପାଣି ପିଇବା ଦ୍ୱାରା ପେଟରେ ଷ୍ଟୋନ ସମସ୍ୟା ଦୂର ହୋଇଥାଏ।

ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-ଏ ଥିବାରୁ ଏହା ଶରୀର ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାବ୍ୟତୀତ ଚକ୍ଷୁ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ।

Leave A Reply

Your email address will not be published.