ସହକର୍ମୀଙ୍କୁ କିସ୍‌ କରିବା ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମହଙ୍ଗା ପଡିଲା

0

ବ୍ରିଟେନର କ୍ୟାବିନେଟ ମନ୍ତ୍ରୀ ମ୍ୟାଟ ହାନକକ୍‌ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଜଣେ ଘନିଷ୍ଠ ସହକର୍ମୀଙ୍କୁ ଚୁମ୍ବନ ଦେଇ କୋଭିଡ-୧୯ ନିୟମ ଭାଙ୍ଗିଥିଲେ। ଏହା ପରେ ତାଙ୍କୁ ଇସ୍ତଫା ଦେବାକୁ ଚାରିଆଡୁ ଚାପ ପଡିଥିଲା । ନିକଟରେ ତାଙ୍କ ଅଫିସ୍‌ ସହକର୍ମୀଙ୍କୁ ଚୁମ୍ବନ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାକି କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ହାନକକ୍‌ ଚୁମ୍ବନ ଦେବା ଘଟଣାକୁ ସ୍ୱିକାର କରିଥିଲେ । ଏହା ସହିତ ମନ୍ତ୍ରୀ ଘରୁ ବାହାରେ ଥିବାବେଳେ ସାମାଜିକ ଦୂରତା ଅନୁସରଣ କରିବାର ସରକାରୀ ନିୟମ ଉଲ୍ଲଂଘନ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ତାଙ୍କ ଇସ୍ତଫା ପରେ ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି ।

Leave A Reply

Your email address will not be published.

eighteen + thirteen =