ବିଳାସପୂର୍ଣ୍ଣ ବଙ୍ଗଳା କିଣିଲେ କେଜିଏଫ ଷ୍ଟାର

0

ନୂଆଦିଲ୍ଲୀ : ଅଭିନେତା ତଥା ସାଉଥ ସୁପରଷ୍ଟାର (କେଜିଏଫ) ୟଶ ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖବର ଦେଇଛନ୍ତି । କେଜିଏଫ ଷ୍ଟାର ୟଶ ଏକକ ୫ କୋଟିର ନୂତନ ବିଳାଶପୂର୍ଣ୍ଣ ବଙ୍ଗଳା କିଣିଛନ୍ତି । ଯାହାର ଫଟୋ ଇନଷ୍ଟାରେ ଭାଇରାଲ ହେବାର ଲାଗିଛି । ଏହି ଫଟୋରେ ସେ ତାଙ୍କ ପରିବାର ସହିତ ନୂଆ ବଙ୍ଗଳା ପୂଜା କରୁଥିବା ଦେଖିବାକୁ ମିଳିଛି । ୟଶଙ୍କ ନୂଆ ଘରର ଫଟୋ ତାଙ୍କ ଫ୍ୟାନମାନେ ଖୁବ ପସନ୍ଦ କରୁଛନ୍ତି । ଭାଇରାଲ ହୋଇଥିବା ଫଟୋରେ ତାଙ୍କ ପତ୍ନୀ ରାଧିକା ୟଶଙ୍କ ସହିତ ପୂଜା କରୁଛନ୍ତି । ତାଙ୍କ ସହିତ ୟଶଙ୍କ ବାପା-ମା ମଧ୍ୟ ଅଛନ୍ତି । ଫଟୋରେ ୟଶ ଏବଂ ରାଧିକାଙ୍କ ଝିଅ ଆର୍ଯ୍ୟା ଏବଂ ପୁଅ ୟର୍ଥଭଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.

three × 5 =