ଦୀପାବଳରେ କେଜିଏଫ୍‌-୨

0

କରୋନା ସଂକ୍ରମଣକୁ ଦୃଷ୍ଟି ରଖି ବହୁ ପ୍ରତୀକ୍ଷିତ ସାଉଥ ସୁପରଷ୍ଟାର ୟଶ ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ କେଜିଏଫ୍‌-୨ର ରିଲିଜ ତାରିଖ । ପୂର୍ବରୁ ଜୁଲାଇ ୧୬ ତାରିଖରେ ଫିଲ୍ମଟି ରିଲିଜ ହେବା ନେଇ ଘୋଷଣା ହୋଇଥିଲା । କିନ୍ତୁ ଏହା ଆସନ୍ତା ସେପ୍‌ଟେମ୍ବର ୯କୁ ଘୁଞ୍ଚାଇ ଦିଆଯାଇଥିଲା । କୁହାଯାଉଥିଲା ସେପ୍ଟେମ୍ବର ୯ ତାରିଖରେ କେଜିଏଫ-୨ ରିଲିଜ ହୋଇପାରେ । କିନ୍ତୁ ଏହି ତାରିଖକୁ ଏବେ ଘୁଞ୍ଚାଇ ଦିଆଯାଇଛି । ତେବେ ଫିଲ୍ମଟି କେବେ ରିଲିଜ୍‌ ହେବ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ତେବେ କୌଣସି ପର୍ବପର୍ବାଣୀରେ ଫିଲ୍ମଟି ରିଲିଜ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଦୀପାବଳିରେ କେଜିଏଫ୍‌-୨ ରିଲିଜ୍‌ ହୋଇପାରେ । କିଛି ଦିନ ତଳେ କେଜିଏଫ-୨ର ଟିଜର ରିଲିଜ ହୋଇଥିଲା, ଯାହାକୁ ୧୬ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ ।

Leave A Reply

Your email address will not be published.

3 × 3 =