୪୧ ବର୍ଷରେ କରୀନା

0

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ଆଜି ଜନ୍ମଦିନ ।  ଆଜି ସେ ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ତାଙ୍କ ସ୍ବାମୀ ସୈଫ ଅଲ୍ଲୀ ଖାନ ଓ ଦୁଇ ପୁଅଙ୍କ ସହ ଜନ୍ମଦିନ ପାଳନ କରିବା ପାଇଁ, ନିକଟରେ ମାଳଦୀପ ଯାଇ ପହଞ୍ଚିଛନ୍ତି ।  

ବଲିଉଡ ଇଣ୍ଡଷ୍ଟ୍ରିରେ ନିଜ ପ୍ରତିଭା ବଳରେ କରୀନା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ସେ ସବୁବେଳେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ନିଜର ପ୍ରାଥମିକ ପାଠପଢା ପରେ, ସେ ମୁମ୍ବାଇରେ ମିଠିବାଇ କଲେଜରେ ବି କମ୍ କରିଥିଲେ । ପ୍ରଥମରୁ ହିଁ କରୀନାଙ୍କର ଅଭିନୟରେ ରୁଚି ଥିଲା । ଫିଲ୍ମ’ରିଫ୍ୟୁଜି’ ମାଧ୍ୟମରେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଅନେକ ଫିଲ୍ମରେ କାମ କରି ଦର୍ଶକଙ୍କ ମନୋରଞ୍ଜନ କରିବା ସହିତ ବେଶ ଲୋକପ୍ରିୟତା ଏବଂ ଭଲ ପାଇବା ସାଉଣ୍ଟିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅର୍ଗସ୍ ପରିବାର ତରଫରୁ ଢେରସାରା ଶୁଭକାମନା ।

Leave A Reply

Your email address will not be published.

17 − six =