ପୁଣି ଫେରୁଛନ୍ତି କମେଡି କିଙ୍ଗ କପିଲ, ଆସିଲା ଫାଷ୍ଟଲୁକ

0

ମୁମ୍ବାଇ: ପୁଣି ପରଦାକୁ ଫେରୁଛନ୍ତି କମେଡି କିଙ୍ଗ କପିଲ ଶର୍ମା । ପୁଣି ବସିବ ହସର ମେହଫିଲ । ନିଜ କମେଡି ଜୋକ୍ସରେ ଦର୍ଶକଙ୍କୁ ହସାଇ ହସାଇ କରିବେ ବେଦମ୍‌ । ନିଜେ ହସିବେ ଓ ଅନ୍ୟକୁ ମଧ୍ୟ ହସାଇବେ । ଖୁବ୍‌ଶୀଘ୍ର ଟିଭି ପରଦାକୁ ଫେରୁଛି ଦ କପିଲ ଶର୍ମା ଶୋ । ନୂଆ ସିଜିନ ସହ କପିଲ ଶର୍ମା ଟିଭି ପରଦାକୁ ଫେରୁଛନ୍ତି । ଏନେଇ ସେ ନିଜ ଟ୍ୱିଟର ଓ ଇନ୍‌ଷ୍ଟାଗ୍ରାମ ଜରିଆରେ ଶୋ’ର ଷ୍ଟାରକାଷ୍ଟଙ୍କ ସହ କିଛି ଫଟୋ ସେଆର କରିଛନ୍ତି । ଏହି ଫଟୋକୁ ସେଆର କରି କପିଲ ଲେଖିଛନ୍ତି ପୁରୁଣା ମୁହଁ ସହ ନୂଆ ଆରମ୍ଭ କରିବାକୁ ଯାଉଛି । ଫଟୋରେ କପିଲ ଶର୍ମାଙ୍କ ସହ କ୍ରିଷ୍ଣା, କିକୁ ସାରଦା, ଭାରତୀ ସିଂହ, ଚନ୍ଦନ ପ୍ରଭାକର, ସୁଦେଶ ଲାହରୀ ପ୍ରମୁଖ ନଜର ଆସିଛନ୍ତି । ତେବେ ଏହି କମେଡି ଶୋ’ କେବେ ଠାରୁ ଟିଭିରେ ଆରମ୍ଭ ହେବ ସେ ନେଇ କିଛି ସୂଚନା ମିଳିନାହିଁ ।

Leave A Reply

Your email address will not be published.