କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

0

କଙ୍ଗନା ରଣାଓ୍ୱତଙ୍କ ଫେସବୁକ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଦୁଷ୍କର୍ମ କରିବାକୁ ଧମକ ଦେଇଛନ୍ତି ଓଡ଼ିଶାର ଜଣେ ଆଇନଜୀବୀ। ତାଙ୍କ ନାମ ମେହେନ୍ଦି ରେଜା। ସୋଶାଲ ମିଡିଆରେ ଯେତେବେଳେ ଲୋକମାନେ ଏହାକୁ ନେଇ ତାଙ୍କୁ କଡ଼ା ପ୍ରତିକ୍ରିୟା ଦେଲେ ସେ ଜବାବରେ କହିଛନ୍ତି ତାଙ୍କ ଫେସବୁକ ଆଇଡି ହ୍ୟାକିଂ ହୋଇଯାଇଥିଲା। ଅକ୍ଟୋବର ୧୭ ତାରିଖରେ କଙ୍ଗନା ରଣାଓ୍ୱତ ଏହି ପୋଷ୍ଟ କରିଥିଲେ। ନବରାତ୍ରୀ ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପୋଷ୍ଟ କରିଥିଲେ। ଏହାର ଜବାବରେ ଆଇନଜୀବୀ ମେହେନ୍ଦୀ ରେଜା ଦୁଷ୍କର୍ମ ଧମକ ଦେଇଥିଲେ।
ମେହେନ୍ଦୀ ରେଜା ଝାରସୁଗୁଡା ଜିଲ୍ଲା କୋର୍ଟରେ ଓକିଲାତି କରୁଥିବା ସୂଚନା ରହିଛି। ବର୍ତ୍ତମାନ ଏହି ବ୍ୟକ୍ତି ଜଣଙ୍କ ଫେସବୁକ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.