କର୍ଣ୍ଣାଟକରୁ ନାଇଟ କର୍ଫ୍ୟୁ ଉଠିଲା

0

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନାଇଟ୍‌ କର୍ଫ୍ୟୁ କଟକଣାକୁ ଉଠାଇ ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୁୟେରପ୍ପା ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ ଲାଇନ ଜାରି କରାଯାଇଛି । ଏଣିକି ସବୁ ସରକାରୀ ଓ ବେସରକାରୀ ଅଫିସ ପୂର୍ବଭଳି କାର୍ଯ୍ୟ କରିବ । ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ସୁଇମିଂ ପୁଲ ଖୋଲା ରହୁଥିବାବେଳେ ଅଭ୍ୟାସ ନିମନ୍ତେ ଷ୍ଟାଡିୟମ ଖୋଲାରହିବ । ତେବେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ସିନେମା ହଲ, ପବ ଇତ୍ୟାଦି ବନ୍ଦ ରହିବ । ସମସ୍ତ ପ୍ରକାର ସାମାଜିକ, ରାଜନୈତିକ, ଧାର୍ମିତ, ସାଂସ୍କୃତିକ ସମାବେଶ ଉପରେ ପୂର୍ବଭଳି କଟକଣା ରଖାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

twenty − five =