ଭାରତରେ ମିଳିବ ଜନସନ ଏଣ୍ଡ ଜନସନ ଟିକା

0

ନୂଆଦିଲ୍ଲୀ : ଏବେ ଭାରତରେ ଜନସନ ଏଣ୍ଡ ଜନସନର କରୋନା ଟିକା ଜାନସେନ ଟିକା ଉପଲବ୍ଧ ହେବ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ନିତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ବିଶେଷଜ୍ଞ ଗୋଷ୍ଠୀର ମୁଖ୍ୟ ଡ. ଭି.କେ ପଲ କହିଛନ୍ତି ଯେ ଜନସନ କମ୍ପାନି ସହ ଏବେ କଥାବାର୍ତ୍ତା ଚାଲିଛି ଓ ଏହା ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଛି । ଆଶା କରାଯାଇପାରିବ ଯେ ଜନସନର ଥରେ ଦିଆଯାଉଥିବା ଟିକା ଜାନସେନ ଭାରତରେ ଉପଲବ୍ଧ ହେବ । ଯୋଜନା ଅନୁସାରେ ଏହି ଟିକାକୁ ଭାରତରେ ହାଇଦ୍ରାବାଦ ସ୍ଥିତ ବାୟୋଲଜିକା ଇ କମ୍ପାନି ଦ୍ୱାରା ଉତ୍ପାଦନ କରାଯିବ । ଜନସନର ଏହି ସିଙ୍ଗଲ ଡୋଜ ଟିକା ଭାରତରେ ଉପଲବ୍ଧ ହେବା ପରେ ଟିକାକରଣର ବେଗ ଆହୁରି ବଢିବାର ସମ୍ଭାବନା ରହିଛି । କାରଣ ସିଙ୍ଗଲ ଡୋଜ ହୋଇଥିବାରୁ କମ ସମୟରେ ଅଧିକ ଲୋକଙ୍କୁ ଟିକାକରଣରେ ଅନ୍ତର୍ଭୁକ୍ତ କରାଯାଇପାରିବ ।

Leave A Reply

Your email address will not be published.

3 × 5 =