ଜିଓ ଲଞ୍ଚ କଲା ବିଶ୍ୱର ସବୁଠାରୁ ଶସ୍ତା ସ୍ମାର୍ଟଫୋନ

0

ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ ଲଞ୍ଚ କରିବା ନେଇ ଘୋଷଣା କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଆମ୍ବାନୀ । ଅମ୍ବାନୀ କହିଛନ୍ତି ଯେ, ଏବେ ସୁଦ୍ଧା ଦେଶରେ ୩୦ କୋଟି ଲୋକ ସ୍ମାର୍ଟଫୋନ ସୁବିଧା ପାଇପାରିଲେ ନାହିଁ । ଏଭଳି ଲୋକଙ୍କ ପାଖରେ ସ୍ମାର୍ଟଫୋନ ପହଞ୍ଚାଇବା ଲାଗି କମ୍ପାନୀ ଜିଓଫୋନ ନେକ୍ସଟ ଆଣିବାକୁ ଯାଉଛି । ତେବେ ଜିଓଫୋନ ନେକ୍ସଟ ଚଳିତବର୍ଷ ୧୦ ସେପ୍ଟମ୍ବର ବଜାରରେ ଉପଲବ୍ଧ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଫୋନକୁ ରିଲାଏନ୍ସ ଓ ଗୁଗଲ ସହ ମିଶି ପ୍ରସ୍ତୁତ କରଛନ୍ତି । ଜିଓଫୋନ ନେକ୍ସଟ କେବଳ ଭାରତର ନୁହେଁ ବରଂ ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟଫୋନ ବୋଲି ମୁକେଶ ଅମ୍ବାନୀ କହିଛନ୍ତି । ତେବେ ଏହି ସ୍ମାର୍ଟଫୋନର ଦାମ ବିଷୟରେ ସୂଚନା ମିଳିନାହିଁ ।

Leave A Reply

Your email address will not be published.

4 + four =