ଜେନାପୁର ଉପ ଡାକଘରୁ ଆଇପିଓ ହରଣଚାଲ !

କର୍ତ୍ତୃପକ୍ଷଙ୍କ ଦୃଷ୍ଟି କେବେ ପଡିବ?

0

ଡାକବିଭାଗ ସାଧାରଣରେ ଏକ ବିଶ୍ୱସ୍ଥ ସଂସ୍ଥାଭାବେ ପରିଚିତ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ଡାକଘରଗୁଡିକରେ ନାନାଦି ସମସ୍ୟା ଉପୁଜୁଥିବାର ଅଭିଯୋଗ ହେଉଛି । ଫଳସ୍ୱରୂପ ଡାକଘର ଉପରୁ ଗ୍ରାହକ ମାନଙ୍କର ଆସ୍ଥା କ୍ରମଶଃ ତୁଟିଯିବାରେ ଲାଗିଛି । ଡାକବିଭାଗୀୟ ବିବିଧ ସେବା ସହଜ ଓ ସୁବିଧାରେ ଉପଲବ୍ଧ କରାଯିବା ନିମିତ୍ତ କଟକ ଉତ୍ତର ଡାକମଣ୍ଡଳ ଅଧୀନ ଜେନାପୁର ଉପଡାକଘରେ କିଛି ମାସତଳେ କୋର ବ୍ୟାଙ୍କିଙ୍ଗ ସିଷ୍ଟମର ବ୍ୟବସ୍ଥା କରାଯାଇଥିଲା । ଆଶା ଥିଲା ଉନ୍ନତମାନର ସମସ୍ତ ସେବା ପାଇବେ ଗ୍ରାହକମାନେ । କିନ୍ତୁ ଆଶା, ଆଶାରେ ହିଁ ରହିଗଲା ।ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପାଇବାକୁ ହେଲେ ଆଇପିଓର ନିହାତି ଆବଶ୍ୟକ ରହିଛି । କିନ୍ତୁ ସେଗୁଡିକ ଉକ୍ତ ଡାକଘରେ ମାସ ମାସ ଧରି ମିଳୁ ନ ଥିବାରୁ ଗ୍ରାହକ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି ।ଏହା ଅଧୀନରେ ସାଧାରଣତଃ ୧୨ଟି ଶାଖା ଡାକଘର ନିର୍ଭର କରିଥାଏ । ତେଣୁ ୧୦ରୁ ଊର୍ଦ୍ଧ୍ୱ ପଂଚାୟତର ଲୋକେ ଉନ୍ନତମାନର ସେବା ପାଇଁ ଉକ୍ତ ଡାକଘର ଉପରେ ଭରସା ରଖୁଥିବାବେଳେ ଏଠାକାର ଅବ୍ୟବସ୍ଥା ଗ୍ରାହକମାନଙ୍କୁ ସର୍ବଦା ନିରାଶ କରୁଥିବା ପରିଲକ୍ଷିତ ହୋଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଅବିଳମ୍ବେ ଆଇପିଓ ଏବଂ ଅନ୍ୟାନ୍ୟ ସେବାର ସୁବ୍ୟବସ୍ଥା କରିବାକୁ ଗ୍ରାହକମାନେ ଦୃଢ ଦାବି କରିଛନ୍ତି ।

Leave A Reply

Your email address will not be published.

19 − 15 =