ଜୁଲାଇ ୨୦ ରୁ ଜେଇଇ ମେନ୍

0

ନୂଆଦିଲ୍ଲୀ: ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ଜେଇଇ ମେନ୍ । ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର କରାଯିବ ପରୀକ୍ଷା । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ମଧ୍ୟରେ ସେସନ-୪ ପାଇଁ ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ।

ସେସନ ୩ ପାଇଁ ଜୁଲାଇ ୬ରୁ ୮ ତାରିଖ ମଧ୍ୟରେ ଆପ୍ଲିକେସନ ଫର୍ମ ଦାଖଲ କରିବାକୁ ପଡ଼ିବ । ଏହାସହ ୮ ତାରିଖ ସୁଦ୍ଧା ଦେୟ ଦେବାକୁ ପଡ଼ିବ । ସେହିପରି ସେସନ ୪ ପାଇଁ ଜୁଲାଇ ୯ରୁ ୧୨ ତାରିଖ ମଧ୍ୟରେ ଆପ୍ଲିକେସନ ଫର୍ମ ଦାଖଲ କରିବାକୁ ପଡ଼ିବ । କରୋନା ପାଇଁ ୩୩୪ ସହରର ୮୨୮କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ ।

କରୋନା ପାଇଁ ଜେଇଇ ମେନ୍ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ମାସ୍କ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ କରାଯାଇଥିବା ବେଳେ, ସମସ୍ତ ପରୀକ୍ଷାର୍ଥୀଙ୍କୁ ଫେସ୍ ମାସ୍କ ପ୍ରଦାନ କରାଯିବ । ପରୀକ୍ଷା ସମୟରେ ସାମାଜିକ ଦୂରତାକୁ ଗୁରୁତ୍ବ ଦେବାକୁ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Leave A Reply

Your email address will not be published.

19 − 1 =