ଜମ୍ମୁ ଓ କଶ୍ମୀରର ମେନ୍ଧରରେ ପାକିସ୍ତାନର ସେଲିଙ୍ଗ୍ ‌ନିକ୍ଷେପ ଯୋଗୁଁ ଜଣେ ଆହତ, ଦୁଇଟି ଘର ଆଂଶିକ ନଷ୍ଟ

0

ଆହତ ବ୍ୟକ୍ତିଜଣକ ହେଉଛନ୍ତି ଗୋଲାଦ ଗାଁ ନିବାସୀ ମହମ୍ମଦ ୟାସୀନ୍। ଜଣେ ପୁଲିସ ଅଧିକାରୀ କହିଛନ୍ତି ରବିବାର ଭୋର୍ ପ୍ରାୟ ୩: ୧୦ରେ ପାକିସ୍ତାନୀ ସୈନିକମାନେ ଭାରତୀୟ ପୋଷ୍ଟ୍‌ ଏବଂ ଗାଁମାନଙ୍କ ଉପରକୁ ଭୀଷଣ ଗୁଳି ଚଳାଇଥିଲେ ଓ ମୋର୍ଟାର୍ ନିକ୍ଷେପ କରିଥିଲେ। ସେମାନେ ଅକାରଣରେ ଗାଁଗଣ୍ଡା ଉପରେ ବି ଆକ୍ରମଣ କରିଛନ୍ତି।ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟ କାରଣରୁ ଜଣେ ଲୋକ ତାଙ୍କ ଗୋଡ଼ରେ ଗୁଳିଗୋଳାର ଧାତବ ଚୂର୍ଣ୍ଣାଂଶ ବାଜିବାରୁ ସେ ଆହତ ହୋଇଛନ୍ତି। ଦୁଇଟି ଘର ମଧ୍ୟ ଆଂଶିକ ନଷ୍ଟ ହୋଇଛି। ଚିକିତ୍ସା ନିମନ୍ତେ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଶନିବାର ଦିନ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଘଂନ କରି ପୁଞ୍ଚ୍‌ ଜିଲ୍ଲାରେ ଥିବା ନିୟନ୍ତ୍ରଣ ରେଖା ଠାରେ ଥିବା ଦୁଇଟି ସେକ୍ଟର୍‌ ଫର୍‌ୱାର୍ଡ ଅଞ୍ଚଳରେ ଗୁଳି ଓ ସେଲିଙ୍ଗ୍ ନିକ୍ଷେପ କରିଥିଲେ।

 

Leave A Reply

Your email address will not be published.