ଭାରି ଚତୁର ବୃନ୍ଦାଦେଈପୁରର ବାଲିମାଫିଆ !

ମଧୁଚନ୍ଦ୍ରିକାରେ ମାସ-ମାସ

0

ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧୀନ ବୃନ୍ଦାଦେଈପୁର ବାଲିଘାଟରେ ଦିନକୁ ଦିନ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଥିବା ଅଭିଯୋଗ ହୋଇଛି । ରାଜନେତାଙ୍କ ଛତ୍ରଛାୟାତଳେ ରହି ପ୍ରାଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ସମ୍ପର୍କ କ୍ରମେ ଏଠାରେ ବାଲିମାଫିଆମାନେ ହୋଇଉଠିଛନ୍ତି ସକ୍ରିୟ । ଲିଜଧାରୀଙ୍କ ଦ୍ୱାରା ଉକ୍ତ ବାଲିଘାଟରୁ ନିଲାମର ସର୍ତ୍ତାବଳୀ ଅନୁସାରେ ବାଲି ଉଠାଇବାର ନିୟମ ରହିଛି । କିନ୍ତୁ ସରକାରୀ ନିୟମକୁ ଫୁ କରାଯାଇ ଏଠାରେ ବାଲିମାଫିଆମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପରିମାଣଠାରୁ ୧୦ ଗୁଣ ଅଧିକ ବାଲି ହାଇୱା, ଟ୍ରକ ଆଦି ଭାରିଯାନ ଯୋଗେ ପରିବହନ କରାଯାଉଥିବାର ଦେଖିବାକୁ ମିଳୁଛି । ପୁଣି ବିନା ୱାଇ ଫର୍ମରେ କରାଯାଉଛି ବାଲି ପରିବହନ । କେବଳ ତଦାରଖର ସୁରାକ ମିଳିଲେ ତରବରିଆଭାବେ ହାତଗଣତି କିଛି ୱାଇ ଫର୍ମ କାଟିଦିଆଯାଇଥାଏ । ସ୍ପଷ୍ଟ ଦିବାଲୋକରେ ବିଭାଗୀୟ ଅଧିକାରୀ ଓ ତୃଣମୂଳ ସ୍ତରର କର୍ମଚାରୀମାନେ ପ୍ରତିଦିନ ବାଲିଘାଟରେ ହେଉଥିବା ବେଆଇନ କାର୍ଯ୍ୟକୁ ଜଳଜଳ କରି ଦେଖୁଥିଲେ ମଧ୍ୟ ଯଥାସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ୫-ଟି ନୀତିର ସ୍ୱଚ୍‌ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ନିକଟରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଥିଲେ ମଧ୍ୟ ରାଜସ୍ୱ ନିରୀକ୍ଷକ ବିରାଡ଼ି ଆଖି ବୁଜି କ୍ଷୀର ପିଇବାର ଅଭିନୟ ଅଞ୍ଚଳବାସୀଙ୍କୁ ସଦା କରିଛି ଚକିତ । ମାସିକ ମୋଟା ଅଙ୍କର ବକ୍ସିସ କାରବାର ଯୋଗୁଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଆୌ ପାଟି ଖୋଲୁ ନ ଥିବା ବିଷୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତି ଖୋର ଓ ଅପାରଗତା ମନୋଭାବ ପାଇଁ ରାତିପାହିଲେ ଏଠାରେ ଜମୁଛି ବାଲିମାଫିଆମାନଙ୍କ ଜମାଣିଆ ଆସର । କଳାପଥର ପରେ ବାଲିମାଫିଆମାନଙ୍କର ୌରାତ୍ମ୍ୟ ବର୍ତ୍ତମାନ ଅସହ୍ୟ ହେବାକୁ ଲାଗିଲାଣି । ଏଥିନେଇ ବାରମ୍ବାର ଅଭିଯୋଗ କଲେ ତାହା ଯଥା ପୂର୍ବାଂ ତଥା ପରଂ ବୋଲି ଅନୁଭୂତ ହେଉଛି । ଭାରିଯାନ ଯାତାୟାତ କରିବା କାରଣରୁ ବ୍ରାହ୍ମଣୀ ନଦୀବନ୍ଧ କ୍ରମଶଃ ଦୁର୍ବଳ ହେଉଥିବାରୁ ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି । ଏ ସମ୍ପର୍କରେ ଧର୍ମଶାଳା ତହସିଲଦାର ଦେବୀ ପ୍ରସାଦ ମହାନ୍ତିଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଉତ୍ତର ମିଳିପାରି ନ ଥିଲା । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିଧିବଦ୍ଧ ସରଜମିନ ତଦନ୍ତ କରିବା ପୂର୍ବକ ବାଲିମାଫିଆମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି ।

Leave A Reply

Your email address will not be published.

eighteen − 8 =