ମୁକୁଳିବେ ୧୬ କଏଦୀ

0

ଅବଧି ଶେଷ ହେବା ପୂର୍ବରୁ ମୁକୁଳିବାକୁ ଯାଉଛନ୍ତି ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ ସଜା କାଟୁଥିବା ୧୬ କଏଦୀ । ହତ୍ୟା, ଦୁଷ୍କର୍ମ ପରେ ହତ୍ୟା ପ୍ରଭୃତି ସଙ୍ଗିନ ଅପରାଧରେ ୧୪ ବର୍ଷ ବା ତାଠାରୁ ଅଧିକ ସଜା କାଟି ସାରିବା ପରେ ମୁକୁଳିବା ପାଇଁ ସେମାନେ କରିଥିବା ଆବେଦନ ଉପରେ ରାଜ୍ୟ ଦଣ୍ଡ ସମୀକ୍ଷା କମିଟି ମୋହର ମାରିଛି । ସେମାନଙ୍କ ମଧ୍ୟରୁ ୩ ଜଣ ବିଶାଖାପାଟଣା ଜେଲରୁ, ବାଲେଶ୍ୱର ଓ ବାରିପଦା ଜେଲ୍‌ରୁ ୨ଜଣ ଲେଖାଏଁ ଏବଂ ଚୌଦ୍ୱାର, ବାଣପୁର, ସମ୍ବଲପୁର, ଢେଙ୍କାନାଳ, ପୁରୀ, କୋରାପୁଟ, ବଲାଙ୍ଗୀର,କୋଟପାଡ, ଜାମୁଝରୀ ମୁକ୍ତାକାଶ ଜେଲରୁ ଜଣେ ଲେଖାଏଁ କଏଦୀ ମୁକ୍ତ ହେବ । ଗୃହ ବିଭାଗ ପକ୍ଷରୁ ଏହି ସବୁ ଜେଲକୁ ଚିଠି ଲେଖାଯାଇଛି ।

Leave A Reply

Your email address will not be published.

5 × two =