ଏସ୍‌ସିବିରେ ଜଗା-ବଳିଆଙ୍କୁ ବର୍ଷେ, ଏବେ ବି ବଳିଆ ଅବସ୍ଥା ସ୍ଥିର

0

ଦିଲ୍ଲୀ ଏମ୍‌ସରେ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାର ପରେ ୨୦୧୯ ସେପ୍ଟେମ୍ବର ୬ ତାରିଖରେ ସେମାନଙ୍କୁ ଦିଲ୍ଲୀରୁ ଅଣାଯାଇ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଫୁଲବାଣୀ ଜିଲ୍ଲାର କନ୍ଧମାଳର ଫିରିଙ୍ଗିଆ ବ୍ଲକ୍‌ର ଭୂୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଏହି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ ଅକ୍ଟୋବର ୨୫ରେ ଦ୍ବତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିଲେ। ଦୀର୍ଘ ଦୁଇ ବର୍ଷ ପରେ ସୁସ୍ଥ ହୋଇ ଜଗା-ବଳିଆ ଓଡିଶା ଫେରିଥିଲେ। ହେଲେ ଘରକୁ ନଯାଇ ଉଭୟଙ୍କୁ କଟକ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ସରକାର।
ଯେଉଁଦିନ ଜଗା-ବଳିଆଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଗଲା, ସେହି ଦିନ ସେମାନଙ୍କ ସହ  ଏସ୍‌ସର ପ୍ରଫେସର ଡାକ୍ତର ଦୀପକ୍‌ ଗୁପ୍ତା ଆସିଥିବା ବେଳେ ଜଗା ସ୍କୁଲ ଯାଇପାରିବ ବୋଲି କହିଥିଲେ। ଏପରିକି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଜଗାର ସ୍କୁଲ ଯିବା ସଂପର୍କରେ ବିଚାର କରାଯାଉଥିବା ସୂଚନା ଦେଇଥିଲେ। କିନ୍ତୁ ଯେହେତୁ ଜଗା ଏବେବି ହେଲମେଟ୍‌ ପିନ୍ଧୁଛି ତେଣୁ ସେ ସ୍କୁଲ ଯାଇ ପାରିବ ନାହିଁ, ସ୍କୁଲ ଗଲେ ବିପଦ ବୋଲି ରାଜ୍ୟ ସରକାର ପରେ ସ୍ପଷ୍ଟ କରିଥିଲେ।  ବିଭିନ୍ନ ସମୟରେ ଜଗା -ବଳିଆଙ୍କ ଚିକିତ୍ସା ଓ ଘରକୁ ନେଇ ଯିବା ପାଇଁ ମା ପୁଷ୍ପାଞ୍ଜଳି କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ହେଲେ ଏହି ବିରଳ ଶିଶୁଙ୍କୁ ସୁରକ୍ଷା ଦୃଷ୍ଟିରୁ ସରକାର ହେପାଜତରେ ରଖିଛନ୍ତି।

Leave A Reply

Your email address will not be published.

three × two =