ଆଇପିଏଲ ଲାଗି ସିପିଏଲରେ ପରିବର୍ତ୍ତନ

0

କ୍ରିକେଟ ପ୍ରେମୀଙ୍କ ଲାଗି ଏକ ବଡ ଖବର । ଆଇପିଏଲ୍‌ ସଂସ୍କରଣର ଅବଶିଷ୍ଟ ୩୧ଟି ମ୍ୟାଚ ଆୟୋଜନ ହେବ । ବିସିସିଆଇର ଅନୁରୋଧ କ୍ରମେ କ୍ରିକେଟ ୱେଷ୍ଟଇଣ୍ଡିଜ୍‌ (ସିଡବ୍ଲ୍ୟୁଆଇ) କ୍ୟାରିବିୟାନ୍‌ ପ୍ରିମିୟର ଲିଗ (ସିପିଏଲ୍‌)ର କାର୍ଯ୍ୟକ୍ରମରେ ପରିବର୍ତ୍ତନ ଲାଗି ରାଜି ହୋଇଛି । ଫଳରେ ବିସିସିଆଇ ସେପ୍ଟେମ୍ବର ୧୯ରୁ ଆଇପିଏଲ ୨୦୨୧ର ବାକିଥିବା ମ୍ୟାଚ ସହଜରେ ଆୟୋଜନ ହୋଇପାରିବ । ସେପ୍ଟେମ୍ବର-ଅକ୍ଟୋବାରରେ ଆଇପିଏଲର ବାକି ମ୍ୟାଚ ଆୟୋଜନ ହେବ ବୋଲି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିଲା । ମାତ୍ର ଏଥିପାଇଁ ସିପିଏଲ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆବଶ୍ୟକତା ଥିଲା । କିନ୍ତୁ ଏବେ ସିପିଏଲ୍‌ ୩ ଦିନ ପୂର୍ବରୁ ଆରମ୍ଭ ହେବ ଓ ଆଇପିଏଲ ପୂର୍ବରୁ ସମାପ୍ତ ହେବ ।

Leave A Reply

Your email address will not be published.

five × 1 =